ଏସଡିଜିଏମ୍ କୋର୍ଟରେ ହାଜର ହେଲେ ସାଂସଦ ଅନୁଭବ ମହାନ୍ତି । ବର୍ଷାଙ୍କ ଅଭିଯୋଗ ଉପରେ ରଖିଲେ ଉତ୍ତର । ଓକିଲଙ୍କ ମାଧ୍ୟମରେ ସତ୍ୟପାଠ ଦାଖଲ

2,524

କନକ ବ୍ୟୁରୋ : ଦିନକୁ ଦିନ ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ସ୍ତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କ ମଧ୍ୟରେ ଅଡୁଆ ବଢିବାରେ ଲାଗିଛି । ଏହି କ୍ରମରେ ବର୍ଷା କରିଥିବା ଏକ ମାମଲାରେ ଅନୁଭବ କଟକ ଏସଡିଜିଏମ୍ କୋର୍ଟରେ ହାଜର ହୋଇଛନ୍ତି । ସେଠାରେ ସେ ବର୍ଷା ପ୍ରିୟଦର୍ଶନୀ କରିଥିବା ମାମଲା ଉପରେ ଉତ୍ତର ରଖିଛନ୍ତି । ଏହା ସହ ଓକିଲଙ୍କ ଜରିଆରେ ଅନୁଭବ କୋର୍ଟରେ ସତ୍ୟପାଠ ବି ଦାଖଲ କରିଛନ୍ତି । କୋର୍ଟ ପକ୍ଷରୁ ହାଜର ହେବା ପାଇଁ ଅନୁଭବଙ୍କୁ ନୋଟିସ୍ କରାଯାଇଥିଲା ।

ସୂଚନା ଥାଉକି କିଛିଦିନ ହେବ ଚଳଚିତ୍ର ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ଓ ତାଙ୍କ ସ୍ୱାମୀ ତଥା ଅଭିନେତା ସାଂସଦ ଅନୁଭବ ମହାନ୍ତିଙ୍କ ମଧ୍ୟରେ ବିବାଦ ଲାଗି ରହିଛି । ଏନେଇ ମାମଲା ଛାଡପତ୍ର ପର୍ଯ୍ୟନ୍ତ ଯାଇଛି । ଏହା ସହ ଏମାନଙ୍କ ସଂପର୍କ ମଧ୍ୟରେ ଦିଲ୍ଲୀର ଜଣେ ସାମ୍ବାଦିକାଙ୍କ ସହ ଅନୁଭବଙ୍କର ସଂପର୍କ ଥିବା ବି ଚର୍ଚ୍ଚା ହୋଇଛି ।