କନକ ବ୍ୟୁରୋ: ଜଳଖିଆ ଦୋକାନୀଙ୍କ ଝିଅ ହେଲା ଜଜ୍ । ଅଦମ୍ୟ ଇଚ୍ଛାଶକ୍ତି ଆଉ କଠିନ ପରଶ୍ରମର ଫଳ ମିଳିଲା । ନିଜର ଏହି ସଫଳତା ପାଇଁ କଠିନ ଅଧ୍ୟବସାୟକୁ ଶ୍ରେୟ ଦେଇଛନ୍ତି ବାରିପଦାର ଅନୁଶ୍ରୀ । ଓଜେଏସ୍ ରେଜଲ୍ଟ ବାହାରିଥିବା ବେଳେ ୫୦ଜଣଙ୍କ ମଧ୍ୟରେ ୧୪ ନମ୍ବରରେ ରହିଛନ୍ତି ଅନୁଶ୍ରୀ ଜେନା । ମୟୂରଭଞ୍ଜ ଆଇନ ମହାବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଅନୁଶ୍ରୀ ଜଣେ ଜଳଖିଆ ଦୋକାନୀଙ୍କ ଝିଅ । ଅଭାବ ଅନଟନ ଭିତରେ ଥାଇ ମଧ୍ୟ ସେ ନିଜ ଅଧ୍ୟୟନ ଜାରି ରଖିଥିଲେ । ଏହାକୁ ନେଇ ତାଙ୍କୁ ଅନେକ ସଂଘର୍ଷ କରିବାକୁ ବି ପଡିଥିଲା । ପିଲାବେଳରୁ ମେଧାବୀ ଛାତ୍ରୀ ଥିଲେ ଅନୁଶ୍ରୀ।

Advertisment

୫ବର୍ଷ ହେଲା ସେ ବାରିପଦା ଏସଡିଜେଏମ କୋର୍ଟରେ କାମ କରୁଛନ୍ତି । ତେବେ ତାଙ୍କର ଏହି ସମସ୍ତ ସଫଳତାର ଶ୍ରେୟ ସେ ନିଜ ବାପାମାଆଙ୍କୁ ହିଁ ଦେଇଛନ୍ତି । ବାପା ନଗେନ୍ଦ୍ର ଜେନା ଅନେକ କଷ୍ଟ ସହି ଝିଅଙ୍କୁ ମଣିଷ କରିଛନ୍ତି । ତାଙ୍କୁ ତାଙ୍କ କଷ୍ଟର ସାର୍ଥକତା ମିଳିଛି ବୋଲି ସେ କହିଛନ୍ତି ।