ବଲିଉଡ ପରେ କ୍ରିକେଟ ଦୁନିଆରେ କଳି  ! ‘ବଲ୍’ ମନ୍ତବ୍ୟକୁ ନେଇ ଇନଷ୍ଟାଗ୍ରାମରେ ଗାଭାସ୍କରଙ୍କୁ ଟାର୍ଗେଟ୍ କଲେ ଅନୁଷ୍କା ଶର୍ମା । କହିଲେ, ବରିଷ୍ଠ ଖେଳାଳୀ କାହା ବ୍ୟକ୍ତିଗତ ଜୀବନରେ ଦଖଲ ଦେବା ଶୋଭନୀୟ ନୁହେଁ ।

7,632
କନକ ବ୍ୟୁରୋ : ଭାରତୀୟ ପ୍ରିମିୟର ଲିଗ୍ ୟୁଏଇରେ ଖେଳା ଯାଉଛି । ଟୁର୍ଣ୍ଣାମେଣ୍ଟର ଷଷ୍ଠ ମ୍ୟାଚ୍ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ କିଙ୍ଗସ୍ ଇଲେଭେନ ପଞ୍ଜାବ ମଧ୍ୟରେ ଖେଳା ଯାଉଥିଲା । ବାଙ୍ଗାଲୋର କ୍ୟାପଟେନ ଏହି ମ୍ୟାଚ୍ ରେ ୧ ରନ କରି ଆଉଟ ହେବା ପରେ କମେଣ୍ଟ୍ରି କରୁଥିବା ଗାଭାସ୍କର ବିରାଟ ଓ ତାଙ୍କ ପତ୍ନୀ ଅନୁଷ୍କାଙ୍କୁ ନେଇ ଏଭଳି କିଛି କହିଥିଲେ । ସେ କହିଥିଲେ କି ଏବେ ଉଭୟଙ୍କୁ ଟ୍ରୋଲର ସାମ୍ନା କରିବାକୁ ପଡିବ । ଏନେଇ ବିରାଟ କୋହିଲିଙ୍କ ପ୍ରଶଂସକ ମାନେ ତୁରନ୍ତ ହୋ ହାଲ୍ଲା କରିଥିଲେ କି ଗାଭାସ୍କରଙ୍କୁ କମେଣ୍ଟ୍ରି ପ୍ୟାନେଲରୁ ବାହାର କରାଯାଉ ।
ତେବେ ଆଜି ଅନୂୁଷ୍କା ତାଙ୍କ ଇନଷ୍ଟାଗ୍ରାମରେ ଗାଭାସ୍କର ତାଙ୍କ ଉପରେ ଦେଇଥିବା ଟିପ୍ପଣୀରେ ଅସନ୍ତୋଷ ଜାହିର କରିଛନ୍ତି । ସେ ଲେଖିଛନ୍ତି କି ଗାଭାସ୍କର କ୍ରିକେଟ ଜଗତର ଜଣେ ବରିଷ୍ଠ ଚେହେରା ତାଙ୍କ ଠାରୁ ଏଭଳି ଟିପ୍ପଣୀ ଆଶା କରାଯାଏ ନାହିଁ । ଗାଭାସ୍କର ବିରାଟଙ୍କ ଖରାପ ପ୍ରଦର୍ଶନକୁ ନେଇ କହିଥିଲେ କି ! ଲକଡାଉନ ସମୟରେ ବିରାଟ କେବଳ ଅନୁସ୍କାଙ୍କ ସହ ଅଭ୍ୟାସ କରିଛନ୍ତି । ଏହି ଟିପ୍ପଣୀ ଆସିବା ପରେ ପ୍ୟାଭିଲିୟନ ଓ ମଇଦାନରେ ଏକ ହସର ଲହରୀ ଖେଳି ଯାଇଥିଲା ।
ଏହାକୁ ନେଇ ଅନୁଷ୍କା ଲେଖିଛନ୍ତି କି ‘ଶ୍ରୀ ଗାଭାସ୍କର ଆପଣଙ୍କ ବାର୍ତ୍ତା ଏକ ବିରକ୍ତିକର ତଥ୍ୟ, କିନ୍ତୁ ମୁଁ ଆପଣଙ୍କୁ ବାଖ୍ୟା କରିବାକୁ ଚାହୁଁଛି ଯେ ଆପଣ କିଭଳି ଜଣେ ପତ୍ନୀଙ୍କୁ ତାଙ୍କ ସ୍ୱାମୀଙ୍କର ଖରାପ ପ୍ରଦର୍ଶନ ପାଇଁ ଦାୟୀ କରିବେ । ବର୍ଷ ବର୍ଷ ଧରି ଆପଣ ଖେଳ ଉପରେ ଟିପ୍ପଣୀ କରିବା ସମୟରେ ଖେଳାଳୀଙ୍କ ବ୍ୟକ୍ତିଗତ ଜୀବନକୁ ସମ୍ମାନ କରିଛନ୍ତି । ଆପଣ କ’ଣ ଭାବୁ ନାହାନ୍ତି ଯେ ଆମେ ବି ସେ ସମ୍ମାନ ପାଇବାର ହକଦାର । ’
ସେ ଆହୁରି ଲେଖିଛନ୍ତି କି ‘ ମୁଁ ନିଶ୍ଚିତ ଯେ ଗତ ରାତିରେ ମୋ ସ୍ୱାମୀଙ୍କ ପ୍ରଦର୍ଶନ ଉପରେ ଟିପ୍ପଣୀ କରିବା ପାଇଁ ଆପଣଙ୍କ ପାଖରେ ଅନେକ ଶବ୍ଦ ଏବଂ ଦଣ୍ଡ ଥିଲା ହେଲେ ଏହିସବୁରେ ମୋ ନାମ ବ୍ୟବହାର କରିବା କେତେ ଯୁକ୍ତି ଯୁକ୍ତ । ଆପଣ ଥରେ ଭାବି ଦେଖନ୍ତୁ ତ ଆପଣ ଯେତେବେଳେ ମୋ ବାବଦରେ ଏଭଳି ଟିପ୍ପଣୀ କଲେ ସେତେବେଳେ ମୋ ଭିତରେ କ’ଣ ବିତିଥିବ । ’ ହେଲେ ଅନୁଷ୍କାଙ୍କ ଇନଷ୍ଟ୍ରାଗ୍ରାମ ଷ୍ଟୋରୀ ଉପରେ କିଛି ଉତ୍ତର ରଖି ନାହାନ୍ତି ଗାଭାସ୍କର ।

Comments are closed.