‘ଜବ୍ ହ୍ୟାରି ମେଟ୍ ସେଜଲ’ର ମିନି ଟ୍ରେଲର : ଅନୁଷ୍କା ଶାହରୁଖଙ୍କୁ ବୁଝାଇଲେ ‘ସେଜଲ୍’ର ଅର୍ଥ

63

ଶାହରୁଖ ଖାନ୍ ଓ ଅନୁଷ୍କା ଶର୍ମାଙ୍କ ଯୋଡ଼ି ଫିଲ୍ମ ‘ଜବ୍ ହ୍ୟାରି ମେଟ୍ ସେଜଲ’କୁ ସିନେ ପ୍ରେମୀମାନେ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ଫିଲ୍ମର ପ୍ରଯୋଜକ ଫିଲ୍ମ ରିଲିଜ ପୂର୍ବରୁ ମିନି ଟ୍ରେଲର ଲଂଚ କରିଚାଲିଛନ୍ତି । ଆଉ ଏହା ଦର୍ଶକଙ୍କୁ ଖୁବ୍ ଆକୃଷ୍ଟ କରିଛି । ଏବେ ଫିଲ୍ମର ୪ର୍ଥ ଟ୍ରେଲର ଶୁକ୍ରବାର ଲଂଚ ହୋଇଛି ।

ଏହି ଟ୍ରେଲରରେ ଗୁଜୁରାତି ଯୁବତୀ ସେଜଲ ଚରିତ୍ରରେ ଅନୁଷ୍କା ଓ ପଂଜାବୀ ଯୁବକ ହରିନ୍ଦର ସିଂହ ନେହେରା ଭୂମିକାରେ ଶାହରୁଖ ନଜର ଆସୁଛନ୍ତି । ଏଥିରେ ଅନୁଷ୍କା ନିଜ ଚରିତ୍ର ସେଜଲ ନାମର ଅର୍ଥ ଶାହରୁଖଙ୍କୁ ବୁଝାଉଥିବାର ନଜର ଆସୁଛନ୍ତି । ଏହି ମିନି ଟ୍ରେଲରରେ ଶାହରୁଖ ଓ ଅନୁଷ୍କା ଉଭୟଙ୍କର ଖୁବ୍ ଯୋଡ଼ି ଜମିଥିବାର ଦେଖାଯାଇଛି । ପ୍ରଯୋଜକ ଏହି ଫିଲ୍ମର ମିନି ଟ୍ରେଲରକୁ ଅନଲାଇନ୍ ୟୁଟ୍ୟୁବରେ ଲଂଚ କରିଛନ୍ତି । ରେଡ୍ ଚିଲିଜ୍ ଏଣ୍ଟରଟେନମେଣ୍ଟର ବ୍ୟାନରରେ ଇମତିୟାଜ୍ ଅଲିଙ୍କ ନିର୍ଦ୍ଦେଶନାରେ ତିଆରି ଏହି ଫିଲ୍ମ ୪ ଅଗଷ୍ଟରେ ରିଲିଜ ହେବ । ଦେଖନ୍ତୁ ରିଲିଜ ହୋଇଥିବା ଏହି ୪ର୍ଥ ମିନି ଟ୍ରେଲର –