କନକ ବ୍ୟୁରୋ : ଓଡ଼ିଶାରେ କେନ୍ଦ୍ରୀୟ ଯୋଜନାର ଦୁର୍ନୀତିର କାର୍ଯ୍ୟାନୁଷ୍ଠାନ ନେବ କେନ୍ଦ୍ର। ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର। ପଶ୍ଚିମବଙ୍ଗରେ ମଧ୍ୟ ଆବାସ ଏବଂ ଅନ୍ୟ କେନ୍ଦ୍ରୀୟ ଯୋଜନାରେ ଦୁର୍ନୀତି ହୋଇଥିଲା। କେନ୍ଦ୍ର ସରକାର ତାଙ୍କୁ ନୋଟିସ କରିଥିଲେ। ମନରେଗା ଯୋଜନାରେ ଦୁର୍ନୀତିଗ୍ରସ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନହେବା ଯାଏଁ ପଶ୍ଚିମବଙ୍ଗକୁ ମନରେଗା ଅନୁଦାନ ବନ୍ଦ ହୋଇଥିଲା। ଓଡ଼ିଶାରେ ବି କେନ୍ଦ୍ରୀୟ ଯୋଜନାରେ ହୋଇଥିବା ଦୁର୍ନୀତିର କାର୍ଯ୍ୟାନୁଷ୍ଠାନ ହେବ।
ଅନୁରାଗ କହିଛନ୍ତି ଦୁର୍ନୀତି ବାବଦରେ ପୂର୍ବରୁ ନୋଟିସ ଦିଆଯାଇଛି ଉତ୍ତର ନମିଳିଲେ ପୁଣି ନୋଟିସ ହେବ। ଏହା ସହ ଓଡିଶାକୁ କେନ୍ଦ୍ରୀୟ ଅନୁଦାନର ହିସାବ ଦେଇଛନ୍ତି ଅନୁରାଗ ଠାକୁର। କଂଗ୍ରେସ ସରକାର ସମୟରେ ଓଡିଶାକୁ ମାତ୍ର ୨ ଲକ୍ଷ କୋଟି ୬୩ ହଜାର ୨୪୩ କୋଟି ମିଳିଥିଲା ହେଲେ ଏନଡିଏ ସରକାର ବେଳେ ଏହା ୧୮ ଲକ୍ଷ ୮୩ ହଜାର ୬୫୪ କୋଟିରେ ପହଞ୍ଚିଛି। ଏନଡିଏ ସମୟରେ ୫୦୦୦୦ କୋଟି ରାଜସ୍ୱ ମିଳିଛି ଖଣି କ୍ଷେତ୍ରରୁ । କଂଗ୍ରେସ ସମୟରେ ମାତ୍ର ୫୦୦୦ କୋଟି ମିଳୁଥିଲା। ତେଣୁ କେନ୍ଦ୍ରରୁ ମିଳୁଥିବା ଅନୁଦାନକୁ ସଠିକ୍ ଢଙ୍ଗରେ ଉପଯୋଗ କରିବାକୁ କହିଛନ୍ତି ଅନୁରାଗ । ମହିଳା ସଂରକ୍ଷଣ ବିଲ ଏବଂ ଜି ୨୦ ଭାରତକୁ ବିଶ୍ୱରେ ନୂଆ ପରିଚୟ ଦେଇଛି। ଏହାର ଶ୍ରେୟ ମୋଦୀଙ୍କର ବୋଲି କହିଛନ୍ତି ଅନୁରାଗ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/10/11.jpg)