ପାକିସ୍ତାନର ୱାର୍ଲ୍ଡ କପ୍ ଛାଡିବା ଧମକ ପରେ ଜବାବ ଦେଲେ କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର: କହିଲେ ‘କାହା କଥା ଶୁଣିବୁନି’

ପାକିସ୍ତାନର ୱାର୍ଲ୍ଡ କପ୍ ଛାଡିବା ଧମକ ପରେ ଜବାବ ଦେଲେ କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର: କହିଲେ ‘କାହା କଥା ଶୁଣିବୁନି’

କନକ ବ୍ୟୁରୋ: ଆସନ୍ତା ବ‌ର୍ଷ ପାକିସ୍ତାନରେ ଅନୁଷ୍ଠିତ ହେବାକୁ ଥିବା ଏସିଆ କପ୍‌ରେ ଭାରତୀୟ ଦଳ ଅଂଶଗ୍ରହଣ କରିବନି। ଏକ ନିରପେକ୍ଷ ସ୍ଥାନରେ ପ୍ରତିଯୋଗିତା ଆୟୋଜନ କରିବାକୁ ବିସିସିଆଇ ପ୍ରସ୍ତାବ ରଖିବ। ଯଦି ଏଥିରେ ଏସୀୟ ସମୁଦାୟ ସହମତି ହୁଅନ୍ତି, ତାହେଲେ ବିଶ୍ୱକପ୍ ପୂର୍ବରୁ ହେଉଥିବା ଏହି ପ୍ରତିଯୋଗିତାରେ ଭାରତ ଖେଳିପାରେ ବୋଲି ବିସିସିଆଇ ସମ୍ପାଦକ ତଥା ଏସୀୟ କ୍ରିକେଟ ପରିଷଦର ସଭାପତି ଜୟ ଶାହ ସୂଚନା ଦେଇଥିଲେ। ଏହାକୁ ନେଇ ପାକିସ୍ତାନ କ୍ରିକେଟ ବୋର୍ଡ କହିଥିଲା ଯେ, ଏଭଳି ହେଲେ ୨୦୨୩ରେ ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ୱକପରେ ପାକିସ୍ତାନ ଭାଗ ନେବ ନାହିଁ। ଏବେ ଦୁଇ ଦେଶ‌ର କ୍ରିକେଟ ବୋର୍ଡ ମଧ୍ୟରେ ଚାଲିଥିବା ଏହି ଯୁକ୍ତିତର୍କ ମଧ୍ୟରେ ନିଜର ବୟାନ ରଖିଛନ୍ତି କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର।

ଭାରତ ହେଉଛି ଏକ କ୍ରୀଡ଼ା ମହାଶକ୍ତି, ଯେଉଁଠାରେ ଅନେକ ବିଶ୍ୱକପ୍ ଆୟୋଜିତ ହୋଇଛି। ଆସନ୍ତା ବର୍ଷ ଭାରତରେ ଏକଦିବସୀୟ ବିଶ୍ୱକପ୍ ଅନୁଷ୍ଠିତ ହେବ ଏବଂ ଏଥିରେ ବିଶ୍ୱର ବଡ଼ ବଡ ଦଳ ଅଂଶଗ୍ରହଣ କରିବେ। ଭାରତ ବିନା କ୍ରିକେଟ କିଛି ନୁହେଁ । ଆପଣ କୌଣସି ଖେଳରେ ଭାରତକୁ ଅଣଦେଖା କରିପାରିବେ ନାହିଁ ବୋଲି ଅନୁରାଗ ଠାକୁର କହିଛନ୍ତି । ପାକିସ୍ତାନ ଯାହା କିଛି କହିଲେନି ଆମେ କାହା କଥା ଶୁଣିବୁନି ବୋଲି ସେ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe