କନକ ବ୍ୟୁରୋ : ଚୀନର ପୁଣିଏକ ଦାଦାଗିରି ଆରମ୍ଭ ହୋଇଯାଇଛି । ଏସିଆନ ଗେମ୍ସ ପାଇଁ ଭାରତୀୟ ଖେଳାଳୀଙ୍କୁ ଚୀନ ନିଜ ଦେଶରେ ପ୍ରବେଶ ଅନୁମତି ଦେଇନାହିଁ । ଚୀନର ହଂଗଝୁ ଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ଏସିଆନ ଗେମ୍ସରେ ସାମିଲ ହେବାକୁ ଯାଇଥିବା ଅରୁଣାଚଳ ପ୍ରଦେଶରର ଭାରତୀୟ ଖେଳାଳୀଙ୍କୁ ଚୀନ ପ୍ରବେଶ ଅନୁମତି ଦେଇନାହିଁ । ଏହାକୁ ନେଇ ଭାରତ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ନୂଆଦିଲ୍ଲୀରେ ଥିବା ଚୀନର ଦୂତାବାସ ମାଧ୍ୟମରେ ଭାରତ ତାର ବିରୋଧ ଜଣାଇଛି । ସେପଟେ ଚୀନର ଏଭଳି ବ୍ୟବହାରରେ ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି କେନ୍ଦ୍ର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର । ଏପରିକି ଆଗାମୀ ଦିନରେ ତାଙ୍କର ଚୀନ ଗସ୍ତକୁ ସେ ବାତିଲ କରିଛନ୍ତି