ମନୀଷଙ୍କ ମୃତ୍ୟୁ ପୂର୍ବର ଫଟୋ: ରାସ୍ତାରେ ଚାଲିଚାଲି ଯାଉଥିବା ବେଳେ ସିସିଟିଭିରେ କଏଦ ହୋଇଛି ମନୀଷଙ୍କ ଶେଷ ଫଟୋ

152

କନକ ବ୍ୟୁରୋ: ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗଙ୍କ ମୃତ୍ୟୁ ଘଟଣାରେ ସାମ୍ନାକୁ ଆସିଲା ମନୀଷ ଅନୁରାଗଙ୍କ ମୃତ୍ୟୁ ପୂର୍ବର ଫଟୋ । ରାସ୍ତାରେ ଚାଲିଚାଲି ଯାଉଥିବା ବେଳେ ସିସିଟିଭିରେ କଏଦ ହୋଇଛି ମନିଷଙ୍କ ଶେଷ ଫଟୋ । ସେପଟେ ପ୍ରାଥମିକ ପୋଷ୍ଟମର୍ଟମ ରିପୋର୍ଟ । ପ୍ରାଥମିକ ପୋଷ୍ଟ ମର୍ଟମ ରିପୋର୍ଟ ଅନୁସାରେ ମନୀଷଙ୍କ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ହୋଇଛି ।

ତେବେ ପାଣିରେ ବୁଡିବା ପୂର୍ବରୁ ଶ୍ୱାସରୁଦ୍ଧ ହୋଇଛି ନା ପରେ ଶ୍ୱାସରୁଦ୍ଧ ହୋଇଛି, ସେ ନେଇ ସ୍ପଷ୍ଟ ହୋଇନାହିଁ । ସେହିପରି ପରୀକ୍ଷା ପାଇଁ ଅନ୍ୟ ନମୂନା ପଠାଯାଇଛି । ପାକସ୍ତଳିରେ ଥିବା ଖାଦ୍ୟର ମଧ୍ୟ ଅଧିକ ପରୀକ୍ଷା କରାଯିବାକୁ ପଠାଯାଇଛି । ମନୀଷ ମୃତ୍ୟୁ ମାମଲାରେ ପୋଲିସ ହାତରେ ଗୁରୁତ୍ୱପୁର୍ଣ୍ଣ ତଥ୍ୟ ଲାଗିଛି । ସେପଟେ ମୃତ୍ୟୁ ପୂର୍ବରୁ ମନୀଷଙ୍କୁ ଅପହରଣ କରି ନିଆଯାଇଥିବା କାର ପୋଲିସ ଉଦ୍ଧାର କରିଛି । ସନ୍ଦେହ ଘେରରେ ରହିଛନ୍ତି ମନୀଷଙ୍କ ସାଙ୍ଗ । ଘଟଣା ପରେ ମନୀଷଙ୍କ ସାଙ୍ଗ ଫେରାର ଥିବା ସୂଚନା ମିଳିଛି ।