ସିଏଏ ଓ ଏନଆରସିକୁ ନେଇ ଦୀର୍ଘ ଦିନ ହେବ ଦିଲ୍ଲୀର ଜାମିଆ ବିଶ୍ୱବିଦ୍ୟାଳୟରେ ବିରୋଧ ପ୍ରଦର୍ଶନ କରାଯାଉଛି । ତେବେ ଆଜି ବିରୋଧ ପ୍ରଦର୍ଶନ ସମୟରେ ଦିନ ଦ୍ୱିପ୍ରହରରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଚକିତ କରି ଦେଇଛି । ବିରୋଧ ପ୍ରଦର୍ଶନ କରୁଥିବା ଛାତ୍ରଛାତ୍ରୀଙ୍କ ଉପରକୁ ଗୁଳି ଚଳାଇଛନ୍ତି ଜଣେ ଯୁବକ । ଆଉ ଏଥିରେ ବିରୋଧ ପ୍ରଦର୍ଶନ କରୁଥିବା ଶାଦାବ ନାମକ ଏକ ଯୁବକ ଗୁରୁତର ଆହତ ହୋଇଛନ୍ତି । ତେବେ ଏହି ଘଟଣା ପରେ ମୋଦି ସରକାରଙ୍କୁ ଘେରିଛନ୍ତି ବଲିଉଡ ନିର୍ଦ୍ଦେଶକ ଅନୁରାଗ କଶ୍ୟପ । ସିରିଜ ଟ୍ୱିଟ୍ କରି ମୋଦି ଓ ଅମିତଙ୍କ ଉପରେ ବର୍ଷିଛନ୍ତି ଅନୁରାଗ ।
यह सरकार साफ़ साफ़ कह रही की जय श्रीराम और भारत माता की जय बोल के , हिंदुत्व के नाम ओर जो चाहे करो , मारो , काटो , हम कुछ नहीं होने देंगे । अब ही शक है की सरकार और पार्टी ही आतंकवाद पैदा कर रहे हैं ?
— Anurag Kashyap (@anuragkashyap72) January 30, 2020
ଅନୁରାଗ ଟ୍ୱିଟ୍ କରି ଲେଖିଛନ୍ତି, ଏହି ସରକାର ଜୟ ଶ୍ରୀରାମ ଓ ଭାରତ ମାତା କି ଜୟ ବୋଲି କହିବାକୁ କହୁଛି, ଏପରିକି ହିନ୍ଦୁତ୍ୱଙ୍କ ନାଁରେ ଯାହା କରୁଛ କର, ମାର ବା କାଟ । ଏହି ସରକାର ଓ ଦଳ ଦେଶରେ ଆତଙ୍କବାଦୀଙ୍କୁ ଜନ୍ମ ଦେଉଛନ୍ତି । ଅନ୍ୟ ଏକ ଟ୍ୱିଟରେ ଅନୁରାଗ ଲେଖିଛନ୍ତି, ସବୁ ହିନ୍ଦୁତ୍ୱ ଆତଙ୍କବାଦୀଙ୍କୁ ଲାଗୁଛି ଯେ ସେମାନେ ହିଁ ଦେଶଭକ୍ତ । ଗତ ୬ ବର୍ଷ ହେବ ମୋଦି, ଶାହା ଓ ବିଜେପି ଏହାକୁ ହିଁ ହାସଲ କରିଛନ୍ତି । ସେଥିପାଇଁ ଅଭିନନ୍ଦନ ।
और कमाल की बात यह कि इन सारे हिंदुत्व आतंकवादियों को लगता है वो देशभक्त हैं । यह achieve किया है @narendramodi@AmitShah और @BJP4India ने पिछले ६ सालों में । मुबारक हो #टुकड़ेटुकड़ेभाजपा
— Anurag Kashyap (@anuragkashyap72) January 30, 2020
ଏହାପୂର୍ବରୁ ଅନୁରାଗ ଟ୍ୱିଟ୍ କରି କହିଥିଲେ ଯେ, ବିଜେପିର ଜଣେ ପ୍ରଭାବଶାଳୀ ନେତା ତାଙ୍କୁ ଫୋନ୍ କରି କହିଥିଲେ ଦଳରେ ଅମିତ ଶାହାଙ୍କ କାର୍ଯ୍ୟକଳାପରେ ସମସ୍ତେ ଅସନ୍ତୁଷ୍ଟ ଅଛନ୍ତି । ଦଳରେ ଶାହା ସେହିଭଳି ଶାସନ ଚଳାଉଛନ୍ତି ଯେଉଁଭଳି ବାହାରେ ଚାଲିଛି । ଏହାସହ ସରକାର ବିରୋଧରେ ସ୍ୱର ଉଠାଉଥିବାରୁ ମୋତେ ଧନ୍ୟବାଦ ମଧ୍ୟ ଦେଇଥିଲେ ବୋଲି କହିଛନ୍ତି ଅନୁରାଗ ।
ଗତ କିଛି ଦିନ ହେବ ଅନୁରାଗ କଶ୍ୟପ ସିଏଏ ଓ ଏନଆରସିକୁ ନେଇ ସରକାରଙ୍କୁ ବିରୋଧ କରିବା ସହ ବିଭିନ୍ନ ପ୍ରଦର୍ଶନରେ ସାମିଲ ହେଉଥିବାର ଦେଖିବାକୁ ମିଳୁଛି । ଖାସିକରି ଜାମିଆ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଉପରେ ପୋଲିସର ଆକ୍ରମଣ ପରେ ସୋସିଆଲ ମିଡିଆରେ ମୋଦି ସରକାରକୁ ଟାର୍ଗେଟ କରୁଛନ୍ତି ଅନୁରାଗ ।