କନକ ବ୍ୟୁରୋ : ଆକାଶରେ ଉଡ଼଼ିବେ ଆଦିବାସୀ ଝିଅ । ବିମାନ ଉଡ଼଼ାଇବେ ପଛୁଆ ଜିଲ୍ଲାର ଆଗୁଆ ଝିଅ । ମାଲକାନାଗିରି ଜିଲ୍ଲାର ପ୍ରଥମ ଆଦିବାସୀ ଝିଅ ମହିଳା ପାଇଲଟ ଭାବେ ନିଯୁକ୍ତି ପାଇଛନ୍ତି ଅନୁପ୍ରିୟା ଲାକ୍ରା । ମାଲକାନାଗିରି ସଦର ମହକୁମା ସ୍ଥିତ ଡ଼ିଏନକେ କଲୋନୀରେ ରହୁଛନ୍ତି ଅନୁପ୍ରିୟା । ତାଙ୍କ ବାପା ଓଡ଼ିଶା ପୋଲିସରେ ହାବିଲଦାର ଭାବେ କାମ କରନ୍ତି । ମାଲକାନାଗିରିରେ ଶିକ୍ଷା ଲାଭ ପରେ ଭୁବନେଶ୍ୱରରେ ଇଂଜିନିୟରିଂ ପଢୁଥିଲେ ଅନୁପ୍ରିୟା ।
ପିଲାଦିନୁ ତାଙ୍କ ମନରେ ଥିଲା ପାଇଲଟ ହେବାର ଇଚ୍ଛା । ଇଂଜିନିୟରିଂ ପାଠ ଅଧାରୁ ଛାଡ଼ି ଭୁବନେଶ୍ୱର ଗତି ଇନଷ୍ଟିଚ୍ୟୁଟରେ ତାଲିମ ନେଇଥିଲେ । ପରେ ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁର ବିଭିନ୍ନ ସ୍ଥାନରେ ପାଇଲଟ୍ ପାଇଁ ପରୀକ୍ଷା ଦେବା ପରେ ସେ ଯୋଗ୍ୟ ବିବେଚିତ ହୋଇଥିଲେ । ଏହା ପରେ ସେ ୨୦୧୨ରୁ ସ୍ୱତନ୍ତ୍ର ତାଲିମ ଆରମ୍ଭ କରିଥିଲେ । ତାଲିମ ପରେ ଏକ ଘରୋଇ କମ୍ପାନୀରେ କୋ ପାଇଲଟ୍ ଭାବେ ନିଯୁକ୍ତି ପାଇଛନ୍ତି ଅନୁପ୍ରିୟା । ସେ ଖୁବ୍ ଶୀଘ୍ର ସିଙ୍ଗାପୁରରେ ନିଜ କାର୍ଯ୍ୟରେ ଯୋଗଦେଇ ଦେଶ ବିଦେଶକୁ ବୋଇଙ୍ଗ ଉଡ଼଼ାଣ କରିବେ । ସଫଳତାର ଶ୍ରେୟ ସେ ତାଙ୍କ ବାପା ମା’ଙ୍କୁ ଦେଇଛନ୍ତି । ଏହା ସହ ତାଙ୍କର ଦୃଢ ଇଛାଶକ୍ତି ବଳରେ ଏସବୁ ସମ୍ଭବ ହୋଇଛି ବୋଲି ସେ କହିଛନ୍ତି ।