କନକ ବ୍ୟୁରୋ : ଫିଲ୍ମ ଓ ଛୋଟ ପରଦାର ଲୋକପ୍ରିୟ ଅଭିନେତା ଅନୁପମ ଶ୍ୟାମଙ୍କ ପରଲୋକ । ୬୩ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । କିଛି ଦିନ ଧରି ସେ ଅସୁସ୍ଥ ଥିଲେ । ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । କିଡନୀ ଜନିତ ସମସ୍ୟାର ସେ ସମ୍ମୁଖୀନ ହୋଇଥିଲେ । ପ୍ରତିଜ୍ଞା ସିରିଏଲରେ ଠାକୁର ସଜ୍ଜନ ସିଂହ ଚରିତ୍ରରେ ସେ ବେଶ୍ ଲୋକପ୍ରିୟ ଥିଲେ ।

Advertisment

ଅନୁପମଙ୍କ ସ୍ୱାସ୍ଥ୍ୟ ମଝିରେ ଠିକ୍ ହୋଇଯିବା ପରେ ନିୟମିତ ଭାବେ ଡାଏଲିସିସ୍ କରାଯାଉଥିଲା । ଚଳିତ ବର୍ଷ ପ୍ରତିଜ୍ଞାର ସିଜିନ୍-୨ର ସୁଟିଂ କରୁଥିଲେ । ସୁଟିଂ ଚାଲିଥିବା ବେଳେ ସପ୍ତାହକୁ ୩ ଥର ଡାଏଲିସିସ୍ ପାଇଁ ହସ୍ପିଟାଲକୁ ନିଆଯାଇଥିଲା । ଅନୁପମ ଶ୍ୟାମ୍ ଦସ୍ତକ, ଦୁସ୍ମନ, ସତ୍ୟା, ଦିଲ୍ ସେ, ଲଗାନ, ନାୟକ ଆଦି ଅନେକ ଫିଲ୍ମରେ ଅଭିନୟ କରିଛନ୍ତି । ହେଲେ ସିରିଏଲ୍ ପ୍ରତିଜ୍ଞା ତାଙ୍କୁ ଅନେକ ଲୋକପ୍ରିୟ ଦେଇଥିଲା ।