ଅନୁପମ ପଟ୍ଟନାୟକଙ୍କ ନୂଆ ସିନେମା ‘ପ୍ରତୀକ୍ଷା’ । ଡିସେମ୍ବରରେ ବଡ ପରଦାରେ କରିବ ମୁକ୍ତିଲାଭ, ନିଚ୍ଛକ ଓଡ଼ିଆ କାହାଣୀ ଦେଖିବେ ଦର୍ଶକ ।
କନକ ବ୍ୟୁରୋ : ଖୁବଶୀଘ୍ର ଆସିବାକୁ ଯାଉଛି ଓଲିଉଡର ଜଣାଶୁଣା ପ୍ରଯୋଜକ-ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକଙ୍କ ନୂଆ ସିନେମା ‘ପ୍ରତୀକ୍ଷା’ । ବିଶିଷ୍ଟ କଥାକାର ଗୌରହରି ଦାସଙ୍କ ଏକ କ୍ଷୁଦ୍ରଗଳ୍ପ ଆଧାରରେ ପ୍ରସ୍ତୁତ ଏହି ସିନେମାର ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଛନ୍ତି ରୋଶନ ବିଷୋଇ। ବର୍ଷା ପଟ୍ଟନାୟକ ଏହାର କାର୍ଯ୍ୟନିର୍ବାହୀ ପ୍ରଯୋଜିକା ଅଛନ୍ତି। ଭୁବନେଶ୍ୱରରେ ରହୁଥିବା ଜଣେ ଯୁବକଙ୍କ ସଂଘର୍ଷ କାହାଣୀକୁ ନେଇ ଏହି ସିନେମା ନିର୍ମାଣ କରାଯାଇଛି ।
ଅମୀୟ ପଟ୍ଟନାୟକ ପ୍ରଡକସନ ନିବେଦିତ ‘ପ୍ରତୀକ୍ଷା’ର ମୁଖ୍ୟ କଳାକାରମାନେ ହେଲେ ଦୀପନ୍ୱିତ ଦାସମହାପାତ୍ର, ଚୌଧୁରୀ ଜୟ ପ୍ରକାଶ ଦାସ, ବର୍ଷା ପଟ୍ଟନାୟକ, ଶ୍ରୀଲା ତ୍ରିପାଠୀ, ରୂପାମ୍ବିକା ନାୟକ, ସୁଶୀଲ ମିଶ୍ର, ଅବକାଶ ମିଶ୍ର ଓ ସିଦ୍ଧାନ୍ତ ମହାପାତ୍ର। ଅଙ୍କେଶ-ଆଶିଷ ଏହି ଫିଲ୍ମର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ବେଳେ ଦୁର୍ଗାମାଧବ ପଣ୍ଡା ଓ ପ୍ରିୟରଂଜନ ସାହୁ ଗୀତ ରଚନା କରିଛନ୍ତି । ଫିଲ୍ମର ଗୀତଗୁଡ଼ିକରେ କଣ୍ଠଦାନ କରିଛନ୍ତି ଆଶିଷ ପ୍ରଧାନ, ହ୍ୟୁମାନ ସାଗର, ବିଶ୍ୱଜିତ ମହାପାତ୍ର ଓ ବିଭାସ ରଥ। ଦୀପକ କୁମାର ‘ପ୍ରତୀକ୍ଷା’ର ସିନେମାଟୋଗ୍ରାଫି ଦାୟିତ୍ୱ ସମ୍ଭାଳିଛନ୍ତି । ଦେବେନ ମିଶ୍ର ସଂପାଦନା ଦାୟିତ୍ୱ ନିର୍ବାହ କରିଛନ୍ତି।
Waiting for good to happen? You might just lose the important ones!
Presenting the first look of “Pratikshya”.
Made with love, made with passion, made for theaters only.
Let’s bring back those golden days! #Pratikshya #PratikshyaTheMovie #SaveOdiaCinema #BackToTheaters pic.twitter.com/7jeNxlKZXm
— Anupam Patnaik (@bhutiya_sarkar) September 19, 2022
ପୂର୍ବରୁ ଓଟିଟି ପ୍ଲାଟଫର୍ମ କଞ୍ଚାଲଙ୍କା ପାଇଁ ୱେବସିରିଜ୍ ‘ଗ୍ୟାଙ୍ଗସ ଅଫ୍ ପୁରୀ’ ନିର୍ମାଣ କରି ବେଶ୍ ଲୋକପ୍ରିୟତା ସାଉଁଟିଥିଲେ ଅନୁପମ୍ ପଟ୍ଟନାୟକ । ଆଉ ଏବେ ‘ଗ୍ୟାଙ୍ଗସ ଅଫ୍ ବ୍ରହ୍ମପୁର’ ଶୀର୍ଷକରେ ପୁଣି ଏକ ୱେବସିରିଜ୍ ନିର୍ମାଣ କରୁଛନ୍ତି ଅନୁପମ୍ । ଏ ସଂପର୍କରେ ନିର୍ଦ୍ଦେଶକ ଅନୁପମ୍ କହନ୍ତି, ‘ଆମେ ‘ଗ୍ୟାଙ୍ଗସ ଅଫ୍ ପୁରୀ’ର ଦର୍ଶକଙ୍କ ଆଦୃତିରେ ଅତ୍ୟନ୍ତ ଖୁସି। ଏହାପରେ ‘ଗ୍ୟାଙ୍ଗସ ଅଫ୍ ବ୍ରହ୍ମପୁର’ ଆମର ଆଉ ଏକ ପ୍ରୟାସ । ଏହି ନୂଆ ସିରିଜକୁ ଅଧିକ ଉଚ୍ଚମାନରେ ପ୍ରସ୍ତୁତ କରିବୁ ଏବଂ ସାରା ବିଶ୍ବରେ ରହୁଥିବା ଓଡ଼ିଆ ଦର୍ଶକ ଏହି ବ୍ୟୟ ବହୁଳ ସରିଜକୁ ଉପଭୋଗ କରିବେ। ଆସନ୍ତା ଡିସେମ୍ବର ମାସରେ ବଡ ପରଦାରେ ମୁକ୍ତିଲାଭ କରିବ ପ୍ରତୀକ୍ଷା । ଏନେଇ ସୂଚନା ଦେଇଛନ୍ତି ପ୍ରଯୋଜକ-ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ ।