କାଶ୍ମୀରରେ ହତ୍ୟା କରାଯାଇଥିବା ହିନ୍ଦୁଙ୍କ ଶ୍ରାଦ୍ଧ କରିବେ ଅନୁପମ୍ ଖେର; ଜୁନ୍ ୧୫ରେ କାଶୀରେ ହେବ ଆୟୋଜନ

101

କନକ ବ୍ୟୁରୋ: କାଶ୍ମୀରରେ ଆତଙ୍କବାଦୀଙ୍କ ଦ୍ୱାରା ହତ୍ୟାର ଶୀକାର ହୋଇଥିବା ହିନ୍ଦୁମାନଙ୍କର ମୋକ୍ଷ ପାଇଁ କାଶୀରେ ପିଶାଚମୋଚନ ତୀର୍ଥରେ ଶ୍ରାଦ୍ଧ ଦେବେ ଅଭିନେତା ଅନୁପମ୍ ଖେର୍ ଏଥିପାଇଁ ସେ ଜୁନ୍ ୧୫ରେ ସେଠାକୁ ଯାଇ ଶ୍ରାଦ୍ଧ ତର୍ପଣ କରିବେ । ଅନୁପମ୍ ଖେର୍ କାଶ୍ମୀର ପଣ୍ଡିତଙ୍କ ପ୍ରତିନିଧି ଭାବେ ଏହି ଶ୍ରାଦ୍ଧ କର୍ମ କରିବେ ।

କାଶ୍ମୀରରେ ହୋଇଥିବା ନରସଂହାରରେ ହଜାର ହଜାର ହିନ୍ଦୁ ପ୍ରାଣ ହରାଇଥିଲେ ସେମାନଙ୍କ ମଧ୍ୟରୁ ଅନେକ ମୃତକଙକ ଶ୍ରଦ୍ଧ ସେମାନଙ୍କର ପରିବାର ଲୋକେ ଏଯାଏଁ କରିପାରିନାହାଁନ୍ତି । ସନାତନ ଧର୍ମ ଅନୁସାରେ ଅକାଳ ମୃତ୍ୟୁ ପରେ କର୍ମକାଣ୍ଡ କରିବା ଅନିବାର୍ଯ୍ୟ ଅଟେ । ଏଥିପାଇଁ ତ୍ରିପଣ୍ଡି ଶ୍ରାଦ୍ଧ ଓ ନାରାୟଣବଳୀର ନିୟମ ରହିଛି ।

ସାମାଜିକ ସଙ୍ଗଠନ ଆଗମନ ଓ ବ୍ରହ୍ମା ସେନା ପକ୍ଷରୁ ହେବାକୁ ଥିବା ତ୍ରିପିଣ୍ଡ ଶ୍ରାଦ୍ଧର କର୍ତ୍ତା ଡକ୍ଟର ସନ୍ତୋଷ ଓଝା କହିଛନ୍ତି ଯେ, ଏହି ଶ୍ରାଦ୍ଧ ଜଣେ ଦକ୍ଷ ପଣ୍ଡିତଙ୍କ ତତ୍ତ୍ୱାବଧାନରେ ହେବ । ୯ଜଣ ବ୍ରାହ୍ମଣ ଏହି ଶ୍ରାଦ୍ଧ କର୍ମରେ ପୂଜାପାଠ କରିବେ । ଏହି କର୍ମରେ ଭାଗ ନେବାକୁ ଜୁନ୍ ୧୪ ରାତିରେ ଅନୁପମ୍ ଖେର ବନାରସରେ ପହଞ୍ଚିବେ । ଏହି ସ୍ୱତନ୍ତ୍ର କର୍ମାନୁଷ୍ଠାନରେ କାଶୀ ସହିତ ବିଭିନ୍ନ ରାଜ୍ୟରେ ଧର୍ମାଚାର୍ଯ୍ୟମାନେ ଭାଗ ନେବେ ।