କନକ ବ୍ୟୁରୋ: ବହୁତ ଶିଘ୍ର କାଶ୍ମୀର ପଣ୍ଡିତଙ୍କୁ ନେଇ ଆସୁଛି ବଲିଉଡ୍ ଫିଲ୍ମ ‘ଦ କାଶ୍ମୀର ଫାଇଲ୍ସ’ । ବିବେକ ରଞ୍ଜନ ଅଗ୍ନିହୋତ୍ରୀଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ‘ଦ କାଶ୍ମୀର ଫାଇଲ୍ସ’ ୨୦୨୨ ଜାନୁଆରୀ ୨୬ ତାରିଖରେ ରିଲିଜ ହେବାକୁ ଯାଉଛି । ଏଥିରେ କାଶ୍ମୀରର ଅସଲ ଚିତ୍ର ଦେଖିବାକୁ ପାଇବେ ଦର୍ଶକେ । ଏହାସହ କାଶ୍ମୀର ପଣ୍ଡିତଙ୍କ ଯନ୍ତ୍ରଣାକୁ ନିଜ ଅଭିନୟ ଜରିଆରେ ବଖାଣିବେ ଅଭିନେତା ଅନୁପମ ଖେର ।

Advertisment

ଏହି ଫିଲ୍ମରେ ଅନୁପମ ଖେର ଜଣେ ଅବସରପ୍ରାପ୍ତ ପ୍ରଫେସର ପୁଷ୍କରନାଥ ପଣ୍ଡିତଙ୍କ ଭୂମିକାରେ ନଜର ଆସିବେ । ୧୯୯୦ ଜାନୁଆରୀ ୧୯ ତାରଇଖରେ ପୁଷ୍କର ନାଥଙ୍କୁ ତାଙ୍କ ପରିବାର ସହ କାଶ୍ମରରୁ ପଳାୟନ କରିବାକୁ ପଡିଥିଲା । ଏହାକୁ ନେଇ ଏହି ଫିଲ୍ମର କାହାଣୀ । ଏଥିରେ ଅନୁପମଙ୍କ ସହ ସାମନାକୁ ଆସିଛି  । ଏଥିରେ ଆଉ ଏକ ଲିଡ ରୋଲରେ ଥିବା ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ଲୁକ୍ । ଅନୁପମ ଖେର ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିବା ପୋଷ୍ଟରର ପ୍ରଚ୍ଛଦପଟରେ ଶୁଣିବାକୁ ମିଳୁଛି ମିଥୁନଙ୍କ ଡାଏଲଗ୍ । ଅନୁପମ ଏହି ପୋଷ୍ଟରେ ଲେଖିଛନ୍ତି ଏହି ଫିଲ୍ମରେ ଆମେ ନ୍ୟାୟିକ ଅଧିକାର ବିନା ଲୋକତନ୍ତ୍ର କ’ଣ ତାହା ଦେଖାଇବାକୁ ଚାହିଁଛୁ  ।ଏହି ଫିଲ୍ମରେ କାଶ୍ମୀର ପଣ୍ଡିତ ମାନଙ୍କର ଦୁଃଖ ଦୁର୍ଦ୍ଦଶା ଓ ସଂଘର୍ଷର କାହାଣୀକୁ ନିଚ୍ଛକ ଭାବେ ଦେଖାଇବାକୁ ଚେଷ୍ଟା କରାଯାଇଥିବା ଲେଖିଛନ୍ତି ଅନୁପମ ଖେର ।