କନକ ବ୍ୟୁରୋ : ଶିମଲାର ସବୁଠାରୁ ବଡ ହସ୍ପିଟାଲ କୁହାଯାଉଥିବା ଆଇଜିଏମସି ରେ ରୋଗୀ ଓ ସେମାନଙ୍କ ପରିଜନଙ୍କ ପାଇଁ ଲଙ୍ଗର ଲଗାଉଥିବା ସଂସ୍ଥା ଆଲମାଇଟକୁ ଅଭିନେତା ତଥା ବିଜେପି ନେତା ଅନୁପମ୍ ଖେରଙ୍କ ସଂସ୍ଥା ପକ୍ଷରୁ ସହାୟତା ସାମଗ୍ରୀ ପ୍ରଦାନ କରାଯାଇଛି । ବୀରବାର ଠାରେ ପଖ୍ୟାତ ଚଳଚିତ୍ର ଅଭିନେତା ଅନୁପମ୍ ଖେରଙ୍କ ସଂସ୍ଥା ‘ଅନୁପମ୍ ଖେର ଫାଉଣ୍ଡେସନ’ ତରଫରୁ ୧୦ ଟି ଅକ୍ସିଜେନ କନସଂଟେଟର, ୫ ଟି ବାଇପାଇପ୍ ମେସିନ ଯୋଗାଇ ଦିଆଯାଇଛି । ଯାହାକି ରୋଗୀଙ୍କ ସେବାରେ ଲାଗିବ ।  ଅନୁପମ୍ ଖେରଙ୍କ ତରଫରୁ ପଠାଯାଇଥିବା ସାମଗ୍ରୀକୁ ନେଇ ଆଲମାଇଟ୍ ସଂସ୍ଥାର ସଂସ୍ଥାପକ ସରବଜୀତ ସିଂ କୃ୍ତଜ୍ଞତା ଜଚ୍ଚାଇଛନ୍ତି ।

Advertisment

ସରବଜୀତ ସିଂ କହିଛନ୍ତି କି ୨୧ ଜୁନରେ ସଂସ୍ଥା ତରଫରୁ ଶିମଲାର ଟୁଟୁ ଅଞ୍ଚଳ ଓ ନ୍ୟୁ ଶିମଲା ଅଞ୍ଚଳରେ ବରିଷ୍ଠ ନାଗରିକଙ୍କ ପାଇଁ ଆମ୍ବୁଲାନ୍ସ ସେବା ଆରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ଅନୁପମ୍ ଖେର କରିଥିଲେ । ଏହି ଅବସରରେ ସେ ଆଲମାଇଟ୍ ସଂସ୍ଥାକୁ ସହାୟତା ପାଇଁ ୧୦ ଟି ଅକ୍ସିଜେନ କନସେଂଟେଟର ଓ ୫ ଟି ବାଇପାଇପ୍ ମେସିନ ଦେବାକୁ ଘୋଷଣା କରିଥିଲେ । ସେ ମୁମ୍ବାଇରେ ପହଂଚିବା ପରେ ଏହିସବୁ ସାମଗ୍ରୀ ତୁରନ୍ତ ପଠାଇଥିବାରୁ ତାଙ୍କୁ କୃତଜ୍ଞତା ଜ୍ଞାପନ କରୁଛି ।

ଆଲମାଇଟ୍ ସଂସ୍ଥାର ସଂସ୍ଥାପକ ସରବଜୀତ ସିଂଙ୍କ ପତ୍ନୀ କହିଛନ୍ତି କି ଏହି ସଂସ୍ଥା ଦୀର୍ଘଦିନ ହେବ ଆଇଜିଏମସି ମେଡିକାଲରେ ଲଙ୍ଗର ସେବା ଯୋଗାଇ ଆସୁଛି । ଏହାସହ ବିଳାଶପୁର, କାଂଗଡା ଓ ମଣ୍ଡିରେ କିଛି ସାମାଜିକ ସଂସ୍ଥାକୁ କରୋନା କାଳରେ ଖାଦ୍ୟ ସାମଗ୍ରୀ ଯୋଗାଇ ଆସୁଛି । ହେଲେ ଏବେ ଅନୁପମ୍ ଖେର ଯେଉଁ ସହାୟତା ସାମଗ୍ରୀ ପଠାଇଛନ୍ତି ତାକୁ ଶିମଲା ଲୋକଙ୍କ ପାଇଁ ରଖାଯିବ ବୋଲି ସେ କହିଛନ୍ତି ।

କହିରଖୁ କି କରୋନା କାଳରେ ଅକ୍ସିଜେନ କନସେଂଟେଟର ଓ ବାଇପାଇପ୍ ମେସିନର ଆବଶ୍ୟକତା ବେସ୍ ବଢିଛି । ଏହାକୁ ନେଇ କିଛି ବିଦେଶୀ ସଂସ୍ଥା ଏସବୁ ସାମଗ୍ରୀକୁ ସହାୟତା ଆକାରରେ ପ୍ରଦାନ କରୁଥିବା ବେଳେ କେନ୍ଦ୍ର ସରକାର ରାଜ୍ୟମାନଙ୍କରେ ଅକ୍ସିଜେନ ପ୍ଲାଣ୍ଟ ବସାଇବାକୁ ନିଷ୍ପତ୍ତି ନେଇଛନ୍ତି