ଖେର୍ ପରିବାରରେ କୋଭିଡ଼୍-୧୯ ର ପ୍ରବେଶ : ମା’ , ଭାଇ-ଭାଉଜ , ଭାଣିଜୀ ସମସ୍ତଙ୍କୁ କାବୁ କଲା କରୋନା , ଟ୍ୱିଟରରେ ଭିଡ଼ିଓ ଜାରି କରି ସୂଚନା ଦେଲେ ଅଭିନେତା ଅନୁପମ୍ ଖେର୍ 

2,843

ବଲିଉଡକୁ ବ୍ୟାପିଲା କରୋନା । କୋଭିଡ଼୍-୧୯ ର ସଂକ୍ରମଣରେ ଆସିଲେଣି ଅନେକ ସିନେ କଳାକାର ଏବଂ ତାଙ୍କ ପରିବାର । ପ୍ରଥମେ ଗାୟିକା କନିକା କପୁରଙ୍କ ଠାରୁ ଆରମ୍ଭ ହୋଇଥିଲା ଏହାର ସିଲସିଲା । ହେଲେ ଗତକାଲି ଠାରୁ ବଲିଉଡ଼୍ ବିଗ୍ ବି ଅମିତାଭ୍ ବଚ୍ଚନ ଏବଂ ପୁଅ ଅଭିଶେକ ବଚ୍ଚନ କରୋନାରେ ଆକ୍ରାନ୍ତ ହେବା ପରେ ସିନେ ଇଣ୍ଡଷ୍ଟ୍ରି ଏବେ ସ୍ତବ୍ଧରେ ରହିଛି । ହେଲେ ଟ୍ୱିଟରରେ ପରିବାରରେ କୋଭିଡ଼୍-୧୯ ଆକ୍ରାନ୍ତ କରିଥିବା ଖବର ଦେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି ଅଭିନେତା ଅନୁପମ୍ ଖେର୍ । ମା’ , ଭାଇ,ଭାଉଜ ଏବଂ ଭାଣିଜୀ କରୋନା ପଜିଟିଭରେ ଆକ୍ରାନ୍ତ ଥିବା ଟ୍ୱିଟରରେ ସୂଚନା ଦେଇଛନ୍ତି ଅନୁପମ । ନିଜ ଟ୍ୱିଟର ହ୍ୟାଣ୍ଡଲରେ ଏକ ଭିଡ଼ିଓ ସେୟାର୍ କରି ସେ ଏହି ସୂଚନା ଦେଇଛନ୍ତି । ତାଙ୍କ ମା’ ଦୁଲାରୀଙ୍କୁ ମୁମ୍ବାଇର କୋକିଲାବେନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେ କହିଛନ୍ତି ଯେ , ତାଙ୍କ ପରିବାରରେ ଏତେ ସାବଧାନ ଏବଂ ସଚେତନ ରହିବା ସତ୍ତେ୍ୱ ତାଙ୍କୁ କରୋନା ଆକ୍ରାନ୍ତ କଲା । ତେବେ ଅନୁପମଙ୍କ ରିପୋର୍ଟ ନେଗେଟିଭ୍ ଆସିଥିବାର ମଧ୍ୟ ସେ ସୂଚନା ଦେଇଛନ୍ତି ।

ଭିଡ଼ିଓରେ ଅନୁପମ୍ କହୁଛନ୍ତି , “ କିଛି ଦିନ ହେଲା ମୋ ମା’ ଦୁଲାରୀଙ୍କୁ ଭୋକ ଲାଗୁନଥିଲା ସେ କିଛି ଖାଉନଥିଲେ ଖାଲି ଶୋଉଥିଲେ । ଡାକ୍ତର ତାଙ୍କ ରକ୍ତ ପରୀକ୍ଷା କରିବା ପାଇଁ ଆମକୁ ପରାମର୍ଶ ଦେଲେ । ସେତେବେଳେ ତାଙ୍କ ରିପୋର୍ଟ ଠିକଠାକ୍ ଆସିଲା । ପୁଣି ଡ଼ାକ୍ତରଙ୍କ ପରାମର୍ଶରେ ଆମେ ମା’ଙ୍କ ସିଟି ସ୍କାନ୍ କରାଇଲୁ ଯେଉଁଠି ତାଙ୍କୁ ହାଲୁକା କୋଭିଡ଼୍-୧୯ ପଜିଟିଭ୍ ଥିବାର ସୂଚନା ମିଳିଲା । ମୁଁ ଏବଂ ମୋ ଭାଇ ରାଜୁ ମଧ୍ୟ ଟେଷ୍ଟ୍ କରାଇଲୁ ଯେଉଁଥିରେ ଭାଇ ପଜିଟିଭ୍ ବାହାରିଥିବା ବେଳେ ମୋ ରିପୋର୍ଟ ନେଗେଟିଭ୍ ଆସିଲା । ପରେ ଭାଉଜ,ଭଣଜା,ଭାଣିଜୀ ସମସ୍ତଙ୍କ ଟେଷ୍ଟ୍ ହେଲା । ଯେଉଁଥିରେ ଭାଉଜ ଏବଂ ଭାଣିଜୀ ପଜିଟିଭ୍ ଚିହ୍ନଟ ହେଲେ ।