ବଲିଉଡ୍ ଅଭିନେତ୍ରୀ କିରଣ ଖେରଙ୍କୁ ରକ୍ତ କର୍କଟ । ମୁମ୍ବାଇର ଏକ ହସ୍ପିଟାଲରେ ହେଉଛନ୍ତି ଚିକିତ୍ସା, ଗୁଜବ ପ୍ରଚାର ନକରିବାକୁ ସ୍ୱାମୀ ଅନୁପମ୍ ଖେରଙ୍କ ଅନୁରୋଧ

203

ବଲିଉଡ ଅଭିନେତ୍ରୀ ତଥା ବିଜେପି ସାଂସଦ କିରଣ ଖେର ରକ୍ତ କର୍କଟରେ ଆକ୍ରନ୍ତ ହୋଇଛନ୍ତି । ମୁମ୍ୱାଇର ଏକ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି ବୋଲି ସ୍ବାମୀ ଅନୁପମ ଖେର ଓ ପୁଅ ସିକନ୍ଦର ଖେର ଏହାର ସୂଚନା ଦେଇଥିଲେ।

ଅନୁପମ ଖେର ସୋସିଆଲ ମିଡିଆ ଜରିଆରେ କହିଛନ୍ତି, ‘ଦୟାକରି ଗୁଜବ ପ୍ରଚାର କରନ୍ତୁ ନାହିଁ । ମୁଁ ଓ ପୁଅ ସିକନ୍ଦର ସମସ୍ତଙ୍କୁ ଜଣାଇବାକୁ ଚାହୁଁଛୁ କି  କିରଣ ମଲଟିପୁଲ ମାଇଲୋମାରେ ଆକ୍ରାନ୍ତ। ଯାହାକି ଏକ ପ୍ରକାର ରକ୍ତ କର୍କଟ । ଏବେ ତାଙ୍କର ଚିକିତ୍ସା ଜାରି ରହିଛି। ଆମକୁ ବିଶ୍ବାସ ଯେ ସେ ନିଶ୍ଚୟ ଏହି ଯୁଦ୍ଧରେ ବିଜୟ ହେବେ ।

ଆମକୁ ଖୁସି ଲାଗୁଛି କି କିରଣଙ୍କ ଚିକିତ୍ସା ଭଲ ଡାକ୍ତର ଟିମ କରୁଛନ୍ତି । ସେ ସର୍ବଦା ଯୋଦ୍ଧା ରହିଛନ୍ତି । କୌଣସି ବି ପରିସ୍ଥିତିରେ କିରଣ ହାରି ଯାଇ ନାହାନ୍ତି। ଦୃଢ଼ତାର ସହ ସାମ୍ନା କରିଛନ୍ତି। ସେ ସମସ୍ତଙ୍କୁ ବହୁତ ସ୍ନେହ କରନ୍ତି। ସେଥିପାଇଁ ତ ତାଙ୍କର ଏତେ ମାତ୍ରାରେ ପ୍ରଶଂସକ ରହିଛନ୍ତି । କିରଣଙ୍କୁ ସ୍ନେହ ଦେବା ସହ ପ୍ରାର୍ଥନା କରନ୍ତୁ କି ସେ ଶୀଘ୍ର ସୁସ୍ଥ ହୋଇଯାଆନ୍ତୁ।

ମାର୍ଚ୍ଚ ୩୧ରେ ରାଜ୍ୟ ବିଜେପି ସଭାପତି ଅରୁଣ ସୁଦ ସାଂସଦ କିରଣ ଖେରଙ୍କ ଅନୁପସ୍ଥିତି ବାବଦରେ କଂଗ୍ରେସର ଏକ ଅଭିଯୋଗର ଜବାବ ଦେଇଥିଲେ । ଆଉ ଏହି ସମୟରେ ସେ କହିଥିଲେ କିରଣ ଖେର କ୍ୟାନସରରେ ଆକ୍ରାନ୍ତ । ସେ ଲକଡାଉନରେ ମଧ୍ୟ ଚଣ୍ଡିଗଡ଼ରେ ରହି ଲୋକଙ୍କୁ ସହଯୋଗ କରୁଥିଲେ । ତେବେ ନଭେମ୍ବରରେ ତାଙ୍କ ହାତ ଭାଙ୍ଗିଯାଇଥିଲା । ଏହା ପରେ ସେ ଚଣ୍ଡିଗଡ଼ରେ ଚିକିତ୍ସିତ ହୋଇଥିଲେ । ଏହି ସମୟରେ ସେ ମଲ୍ଟିପୁଲ୍ ମାଇଲୋମା ନାମକ ରୋଗରେ ଆକ୍ରାନ୍ତ ଥିବା ଦେଖିବାକୁ ମିଳିଥିଲା । ଏହା ପରେ ତାଙ୍କୁ ମୁମ୍ବାଇକୁ ଚିକିତ୍ସା ପାଇଁ ଯାଇଥିଲେ ।