କନକ ବ୍ୟୁରୋ: ରାଜ୍ୟ ରାଜନୀତିର ଜଣେ ଚର୍ଚ୍ଚିତ ଚେହେରା ତଥା ପୂର୍ବତନ ବିଧାୟକ ଅନୁପ ସାଏ କିପରି ପରକୀୟା ପ୍ରୀତିକୁ ଘୋଡ଼ାଇବାକୁ ଯାଇ ନିଜ ପ୍ରେମିକା ଓ ତାଙ୍କର ନାବାଳିକା ଝିଅକୁ ନିର୍ମମ ହତ୍ୟା କରିଥିଲେ, ତା’ର ଗୁମର ଖୋଲିଛି ଛତିଶଗଡ଼ ପୋଲିସ । ଏହି ଅଭିଯୋଗ ଯେତିକି ସଙ୍ଗୀନ ସେତିକି ସାଂଘାତିକ । ପରକୀୟା ପ୍ରୀତି ଆଉ ସବୁଦିନ ପାଇଁ ରାସ୍ତାରୁ ହଟାଇବାକୁ ବୀଭତ୍ସ ହତ୍ୟାକାଣ୍ଡ । ଜଣେ ନୁହେଁ ଦୁଇଜଣଙ୍କ ହତ୍ୟାକାଣ୍ଡ । ଅତ୍ୟନ୍ତ ଯୋଜନାବଦ୍ଧ ଭାବେ କଳ୍ପନା ଦାସ ନାମକ ଜଣେ ମହିଳା ଏବଂ ତାଙ୍କ ଝିଅକୁ ହତ୍ୟା କରିଛନ୍ତି ଅନୁପ ସାଏ । ବର୍ବରତାର ସବୁ ସୀମା ପାର କରିଛନ୍ତି ଅନୁପ । ରାଜନେତାଙ୍କ ହାତ କିପରି ରକ୍ତ ରଂଜିତ ହୋଇଥିଲା, ହତ୍ୟାକାଣ୍ଡର ଏହି ଜଘନ୍ୟ କାହାଣୀ କେମିତି ଥିଲା, ପଢନ୍ତୁ ଏହି ରିପୋର୍ଟ ।

Advertisment

publive-image

ଛତିଶଗଡ ପୁଲିସ ଯେତେବେଳେ ଓଡିଶା ରାଜନୀତିର ଜଣେ ପ୍ରଭାବଶାଳୀ ଚେହେରା ଅନୁପ ସାଏଙ୍କୁ କ୍ୟାମେରା ଆଗକୁ ଆଣିଲା, ସମସ୍ତ ତାଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । ମୋଟା ମୋଟା ନିଶ ରଖି ବେଶ ରାଜକୀୟ ଠାଣିରେ ରହୁଥିବା ଏହି ନେତା ଅସହାୟ ଭାବେ ଥାନା ଭିତରେ ମୁଣ୍ଡ ତଳକୁ କରି ଠିଆ ହୋଇଥିଲେ । ଆଉ ସେପଟେ ପୁଲିସ, ତିନି ତିନି ଥରର ବିଧାୟକ ତଥା ରାଜ୍ୟ ପଣ୍ୟାଗାର ନିଗମର ଅଧ୍ୟକ୍ଷ ଅନୁପ ସାଏଙ୍କ କଳା କାରନାମାର କାହାଣୀ ଖୋଲୁଥିଲା ।

publive-image

୨୦୧୬ର ଏକ ଜଘନ୍ୟ ହତ୍ୟା ମାମଲାରେ ତାଙ୍କୁ ଗିରଫ କରିଛି ରାୟଗଡ ପୋଲିସ । ହତ୍ୟାକାଣ୍ଡର ପ୍ରାୟ ୩ ବର୍ଷ ୭ ମାସ ପରେ ଅନୁପଙ୍କୁ କେବଳ ଗିରଫ କରିନାହିଁ ବରଂ ଯଥେଷ୍ଟ ପ୍ରମାଣ ରହିଥିବା ଦାବି କରିଛି ଛତିଶଗଡ ପୋଲିସ । ୨୦୧୬ ମେ ୫ ତାରିଖରେ ମାଆ ଓ ଝିଅଙ୍କୁ ନିଜେ ଅନୁପ ସାଏ ହିଁ ଲୁହା ରଡରେ ପିଟି ହତ୍ୟା କରିଥିଲେ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାୟଗଡ ଏସପି ସନ୍ତୋଷ କୁମାର ସିଂହ । ଏପରିକି ମୃତକଙ୍କ ପରିଚୟ ଲୁଚାଇବାକୁ ଉଭୟ ମାଆ, ଝିଅଙ୍କ ମରଶରୀରରେ ଗାଡି ଚଢାଇ ଦେଇଥିଲେ ।

publive-image

ମୃତ ମହିଳା କଳ୍ପନା ଦାସଙ୍କ ମୋବାଇଲ କଲ ରେକର୍ଡରୁ ଅନୁପ ସାଏଙ୍କ ସଂପୃକ୍ତି ସ୍ପଷ୍ଟ ହୋଇଥିଲା । ପ୍ରଥମରୁ ହତ୍ୟାକାଣ୍ଡରେ ସଂପୃକ୍ତିକୁ ଅନୁପ ସାଏ ଅସ୍ୱୀକାର କରୁଥିଲେ ବି ପରେ ସତ ସ୍ୱୀକାର କରିଥିବା ପୋଲିସ କହିଛି । ସ୍ୱାମୀ ପରିତ୍ୟକ୍ତା କଳ୍ପନାଙ୍କ ସହ ଅନୁପଙ୍କର ପ୍ରେମ ସଂପର୍କ ରହିଥିଲା । ଏପରିକି ୩୨ ବର୍ଷୀୟ କଳ୍ପନାଙ୍କୁ ପତ୍ନୀ ଓ ତାଙ୍କ ୧୪ ବର୍ଷର ଝିଅ ବବଲିଙ୍କୁ ଝିଅର ମାନ୍ୟତା ଦେଇ ଭୁବନେଶ୍ୱର ସୁନ୍ଦରପଦାରେ ଏକ ଘରେ ରଖିଥିଲେ ଅନୁପ ସାଏ । ହେଲେ ବିବାଦ ପାଇଁ ଚାପ ପକାଇବା ସହ ସଂପତିରେ ଭାଗ ମାଗିବାରୁ ଦୁହିଁଙ୍କୁ ରାସ୍ତାରୁ ହଟାଇ ଦେଇଥିଲେ ସେ ।

publive-image

୨୦୧୬ ମେ ୫ ତାରିଖରେ କଲ୍ପନା ଦାସ ଓ ଝିଅ ବବଲି ଶ୍ରୀବାସ୍ତବଙ୍କୁ ସାଙ୍ଗରେ ନେଇ ଛତିଶଗଡ ରାୟଗଡ ଜିଲ୍ଲା ହମିରପୁର ରାସ୍ତାର ମାଆ ସାକମ୍ବରୀ ପ୍ଲଟ ନିକଟରେ ଲୁହା ରଡରେ ପିଟି ହତ୍ୟା କରିଥିବା ପୋଲିସ ଆଗରେ ସ୍ୱୀକାର କରିଛନ୍ତି ଅନୁପ ସାଏ । ଏପରିକି ସେମାନଙ୍କ ପରିଚୟ ଲୁଚାଇବା ପାଇଁ ତାଙ୍କରି ଇସାରାରେ ଡାଇଭର ବର୍ମନ ଟପ୍ପୋ ବୋଲେରୋ ଗାଡିକୁ ମୃତଦେହ ଉପରେ ଚଢାଇ ଦେଇଥିଲେ । ହେଲେ ଏହି ଜଘନ୍ୟ ହତ୍ୟାକାଣ୍ଡରେ ଆହୁରି କିଛି ଲୋକ ସଂପୃକ୍ତ ଥିବା ସନ୍ଦେହ କରୁଛି ଛତିଶଗଡ ପୋଲିସ । ଏଥିପାଇଁ ଅଭିଯୁକ୍ତ ଅନୁପ ସାଏଙ୍କ ନାର୍କୋଟିକ୍ସ ଟେଷ୍ଟ କରିବାକୁ ଯୋଜନା ଚଳାଇଛି ।

publive-image

ପୋଲିସ କହିଛି ପ୍ରାୟ ୪ ବର୍ଷ ତଳେ ମିଳିଥିବା ଦୁଇଟି ଅଜ୍ଞାତ ମୃତଦେହର ଓଡିଶା ରାଜନୀତିରେ ଏହି ପ୍ରଭାବଶାଳୀ ବ୍ୟକ୍ତିଙ୍କ କନେକ୍ସନର ଖୁଲାସା ଯାଏଁ ତାକୁ ବେଶ କସରତ କରିବାକୁ ପଡିଛି ।