ପୋଲିସ କବଜାରେ ଅନୁପ ସାଏଙ୍କ ଡ୍ରାଇଭର ! ଗତକାଲି ରାତିରେ ବର୍ମନ ଟପ୍ପୋ ଘର ଉପରେ ଛାପା ମାରିଥିଲା ଛତିଶଗଡ ପୋଲିସ। ଜେରାବେଳେ ଅନୁପ ନେଇ ଡ୍ରାଇଭରଙ୍କ ନାଁ

1,314

କନକ ବ୍ୟୁରୋ: ଛତିଶଗଡ ପୁଲିସ ହାତରେ ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କ ଡ୍ରାଇଭର ବର୍ମନ ଟପ୍ପୋ । ଗତକାଲି ଅନୁପଙ୍କ ଘର ଉପରେ ଅଧ ରାତିରେ ଚଢାଉ କରିଥିଲା ଛତିଶଗଡ ପୋଲିସ । ଏହା ପରେ ତାଙ୍କୁ ପୋଲିସ ଉଠାଇ ନେଇଥିବା ପରିବାର ଲୋକେ ସୂଚନା ଦେଇଛନ୍ତି । ଏହି ହତ୍ୟାକାଣ୍ଡର ପୁର୍ା ପ୍ଲଟ ଜାଣିଛି ଅନୁପ ସାଏଙ୍କ ଡ୍ରାଇଭର । କାରଣ ବ୍ରଜରାଜନଗର ପୂର୍ବତନ ବିଧାୟକ ଅନୁପ ସାଏଙ୍କ ନିର୍ଦ୍ଦେଶରେ ସେହି କଳ୍ପନା ଦାଶ ଓ ତାଙ୍କ ଝିଅ ଉପରେ ହତ୍ୟା ପରେ ଗାଡି ବାରମ୍ୱାର ଚଢାଇଥିଲା । ତେଣୁ ସେହି ଜାଣିଛି କିପରି ସ୍ଥିତିରେ ହୋଇଥିଲା ହତ୍ୟା । ହତ୍ୟା ସମ୍ପର୍କିତ ସମସ୍ତ କଥା ଜଣା ଅଛି ଡ୍ରାଇଭରଙ୍କୁ ।

ଅନୁସ ସାଏଙ୍କ ଗିରଫଦାରୀ ପରେ ରାଇଗଡ ପୋଲିସ ଯେତେବେଳେ ଜେରା କରିଥିଲା , ପୋଲିସ ନିକଟରେ ଅନୁପ କହିଥିଲେ ଡ୍ରାଇଭରର ନାଁ । ଏବେ ସେହି ଡ୍ରାଇଭର ଛତିଶଗଡ ପୋଲିସ କବଜାରେ । ହେଲେ ତାର ଗିରଫଦାରୀ ନେଇ କିଛି ବି ସ୍ପଷ୍ଟ କରିନି ଛତିଶଗଡ ପୋଲିସ । ଆଗକୁ ଏହି ହତ୍ୟା ଘଟଣାରେ ସବୁ ଅଛିଣ୍ଡା ଗଣିତ ସମାଧାନ ହେବ ବୋଲି ପୋଲିସ ଆଶା ରଖିଛି । ପରକୀୟା ପ୍ରୀତିକୁ ଲୁଚାଇବାକୁ ଯାଇ ଜଣେ ସମାଜର ପ୍ରତିଷ୍ଠିତ ବ୍ୟକ୍ତି କେତେ ନୃଶଂସ ହୋଇପାରେ ତାହା ଏହି ହତ୍ୟାକାଣ୍ଡ ହିଁ ସ୍ପଷ୍ଟ କରିଛି । ଛତିଶଗଡ ପୋଲିସ ଅନୁସାରେ, ଅନୁପ ସାଏ ନିଜର ଦୋଷ ସ୍ୱୀକାର କରିବା ସହ ଅପରାଧର ପ୍ରତିଟି ତଥ୍ୟ ଦେଇଛନ୍ତି । ଏବେ ଅନୁପ ସାଏ ଡ୍ରାଇଭରର ପୋଲିସ କବଜାକୁ ଆସିବା ପରେ ତଦନ୍ତ ଆହୁରୀ ଆଗକୁ ବଢିବ ବୋଲି ଆଶା କରାଯାଉଛି ।

 

ନଜର ପକାନ୍ତୁ କେମିତି ଧରାପଡ଼ିଲେ ଅନୁପ ସାଏ । କେଉଁ କାରଣରୁ ପୂର୍ବତନ ବିଧାୟକଙ୍କ ଉପରେ ସନ୍ଦେହ କରିଥିଲା ଛତିଶଗଡ଼ ପୁଲିସ୍

– ୨୦୧୬ ଜୁନ୍ ମାସରେ ହତ୍ୟା ପରେ ଛାନବିନ୍ ଆରମ୍ଭ କରିଥିଲା ଛତିଶଗଡ଼ ପୁଲିସ୍

– ସାରା ଦେଶର ଥାନାକୁ ମୃତଦେହର ଫଟୋ ପଠାଇଥିଲା ପୁଲିସ୍

-ଝାରସୁରଗଡ଼ା ଥାନାକୁ ବି ଆସିଥିଲା ମୃତ କଳ୍ପନା ଦାସ ଫଟୋ

– କଳ୍ପନା ଦାସଙ୍କୁ ଚିହ୍ନିଥିଲେ ଓଡ଼ିଶା ପୁଲିସ୍ର କନେଷ୍ଟବଳ ସରୋଜ ଦାସ

– ପୁଲିସଙ୍କୁ ଜଣାଇଥିଲେ ଅନୁପ ଏବଂ କଳ୍ପନାଙ୍କ ଲିଙ୍କ୍

– ମୃତ ଶିଶୁର ଡିଏନ୍ଏ ଟେଷ୍ଟ ମଧ୍ୟ କରିଥିଲା ପୁଲିସ୍

-ଡିଏନ୍ଏ ଟେଷ୍ଟରୁ ସୁନିଲଙ୍କ ଝିଅ ବୋଲି ସ୍ପଷ୍ଟ ହୋଇଥିଲା

-ଏହା ପରେ କଳ୍ପନାଙ୍କ ସ୍ୱାମୀ ସୁନିଲ ଶ୍ରୀବାସ୍ତବଙ୍କ ପାଖରେ ପହଂଚିଥିଲା ପୁଲିସ୍

– ସୁନିଲ ଶ୍ରୀବାସ୍ତବ କହିଥିଲେ କଳ୍ପନାଙ୍କ ସହ ଛାଡପତ୍ର ହୋଇଯାଇଛି

– ସେ କହିଥିଲେ, ଅନୁପ ସାଏଙ୍କ ସହ ରହୁଛନ୍ତି କଳ୍ପନା ଦାସ

-ଏହା ପରେ ଛତିଶଗଡ଼ ପୁଲିସର ରାଡାର୍କୁ ଆସିଗଲେ ଅନୁପ ସାଏ

– ଅନୁପ ସାଏଙ୍କ ଗତିବିଧି ଉପରେ ରଖିଥିଲା କଡ଼ା ନଜର

– କଳ୍ପନାଙ୍କ ନିଖୋଜ ସଂପର୍କରେ ପୁଲିସ୍ ପାଖରେ ଜଣାଇନଥିଲେ ଅନୁପ

– ସାଥୀରେ ରହୁଥିବା ସତ୍ୱେ ନିଖୋଜ ନେଇ ପୁଲିସଙ୍କୁ ଅବଗତ ନକରିବା ସନ୍ଦେହ ବଢ଼ାଇଥିଲା

-ଦୀର୍ଘ ପ୍ରାୟ ୪ବର୍ଷ ଧରି ଘଟଣା ଉପରେ ନଜର ରଖିଥିଲା ପୁଲିସ୍

-ମୃତଦେହ ଚିହ୍ନଟ ହେବା ପରଠୁ ଅନୁପଙ୍କ ଉପରେ ଥିଲା ଅନୁପଙ୍କ ଉପରେ ନଜର