କନକ ବ୍ୟୁରୋ : କଳ୍ପନା ଦାଶ ଓ ତାଙ୍କ ଝିଅ ଡବଲ ମର୍ଡର ମାମଲାରେ ଆଜି ରାୟଗଡ କୋର୍ଟ କରିବେ ନାର୍କୋ ଟେଷ୍ଟର ଶୁଣାଣି । ସେପଟେ ଅନୁପ ସାଏ ଏବଂ ବର୍ଦ୍ଧନ ଟପ୍ପୋଙ୍କୁ ରିମାଣ୍ଡରେ ନେବାପରେ ଉଭୟଙ୍କୁ ସାମନା ସାମନି ଜେରା କରିବାର ସମ୍ଭାବନା ରହିଛି । ଏହା ଦ୍ୱାରା କିଏ ସତ କହୁଛି ଏବଂ କିଏ ମିଛ କହୁଛି ତାହା ପୋଲିସକୁ ଆକଳନ କରିବାରେ ସୁବିଧା ହେବ ।
ଆଉ ଏକ ଘଟଣାକ୍ରମରେ ପୋଲିସକୁ ସନ୍ଦେହ ହେଉଛି ଏହି ହତ୍ୟାକାଣ୍ଡ ମୃତ ଦେହ ପଡିଥିବା ସ୍ଥାନରେ କରାଯାଇଥିଲା ନା ପୂର୍ବରୁ ହତ୍ୟା କରି ସେଠାରେ ଫିଙ୍ଗି ଦିଆଯାଇଥିଲା । ଏହାର ଉତର ଖୋଜୁଛି ରାୟଗଡ ପୋଲିସ ।