ବିଜେଡିରୁ ବିଦା ହେଲେ ଅନୁପ ସାଏ । ହତ୍ୟାକାଣ୍ଡ ଘଟଣାରେ ଗିରଫ ପରେ ଅନୁପଙ୍କୁ ବିଜେଡିରୁ ବହିଷ୍କାର କଲେ ଦଳୀୟ ସୁପ୍ରିମୋ ।

484

କନକ ବ୍ୟୁରୋ : ବ୍ରଜରାଜନଗର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ହତ୍ୟାକାଣ୍ଡ ଘଟଣାରେ ଗିରଫ ହେବା ପଡିଲା ମହଙ୍ଗା । ପଦ ଗଲା, ଦଳରୁ ମଧ୍ୟ ବିଦା ହେଲେ ଅନୁପ । ବ୍ରଜରାଜନଗରର ବିଜେଡିର ଏହି ହେଭିୱେଟ ନେତାଙ୍କୁ ଦଳରୁ ବହିଷ୍କୃତ କରିଛନ୍ତି ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକ । ତେବେ ଦଳରୁ ବିଦା ହେବା ପୂର୍ବରୁ ରାଜ୍ୟ ପଣ୍ୟାଗାର ଅଧ୍ୟକ୍ଷ ପଦରୁ ମଧ୍ୟ ଅନୁପଙ୍କୁ ବିଦା କରିଥିଲେ ମୁଖ୍ୟମନ୍ତ୍ରୀ । ହତ୍ୟାକାଣ୍ଡ ଘଟଣାରେ ଗିରଫ ହେବା ପରେ ଅନୁପଙ୍କ ପ୍ରତି କଠୋର ହୋଇଛନ୍ତି ନବୀନ । ଦୁର୍ନୀତି ଓ ଅପରାଧକୁ ପ୍ରଶୟ ଦେଉନଥିବା ନବୀନ, ଅନୁପଙ୍କ କ୍ଷେତ୍ରରେ ମଧ୍ୟ ସମାନ ଫର୍ମୁଲା ଆପଣାଇଛନ୍ତି ।

ଏହାପୂର୍ବରୁ ଗତକାଲି ରାତିରେ ଏକ ହତ୍ୟା ମାମଲାରେ ଅନୁପଙ୍କୁ ବିଳମ୍ବିତ ରାତ୍ରିରେ ବ୍ରଜରାଜନଗରର ସାଇ ମନ୍ଦିରରୁ ଉଠାଇ ନେଇଥିଲା ଛତିଶଗଡ ପୋଲିସ । ୨୦୧୬ର ଏକ ମା’ ଓ ଝିଅ ହତ୍ୟା ମାମଲାରେ ଅନୁପଙ୍କୁ ଛତିଶଗଡ ପୋଲିସ ବାନ୍ଧିଥିବା ଜଣାପଡିଛି ।ଅନୁପଙ୍କ ଗିରଫ କରିବା ନେଇ ବ୍ରଜରାଜନଗର ଗାନ୍ଧୀଛକ ଥାନା ପୋଲିସ ସୂଚନା ଦେଇଛି ।

ଅନୁପଙ୍କୁ ଗିରଫ ପରେ ଛତିଶଗଡ ଚକ୍ରଧରପୁର ଥାନାରେ ପଚରାଉଚରା କରୁଛି ପୋଲିସ । ଅନୁପଙ୍କ ଗିରଫ ନେଇ ଛତିଶଗଡ ପୋଲିସ ଝାରସୁଗୁଡା ଏସପିଙ୍କୁ ମଧ୍ୟ ସୂଚନା ଦେଇଥିଲେ । ଏହାପୂର୍ବରୁ କଂଗ୍ରେସ ଟିକେଟରୁ ୨୦୦୦ ମସିହାରୁ ହ୍ୟାଟ୍ରିକ ବିଜୟ ହାସଲ କରିଥିଲେ ଅନୁପ । ୨୦୧୪ରେ ବିଜେଡିରେ ମିଶିବା ସହ ନିର୍ବାଚନ ଲଢିଥିଲେ ମଧ୍ୟ ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡାଙ୍କ ଠାରୁ ଅଳ୍ପ ଭୋଟରେ ମାତ୍ ଖାଇଥିଲେ । ତେବେ ୨୦୧୯ରେ ଅନୁପଙ୍କୁ ଆଉ ବିଜେଡି ଟିକେଟରେ ଲଢିବାକୁ ସୁଯୋଗ ମିଳିନଥିଲା

Comments are closed.