ଖୋଲିବ ଅନୁପ ସାଏଙ୍କ ଅପରାଧର ପେଡ଼ି? ଡ୍ରାଇଭର ଓ ଅନୁପଙ୍କ ଭିନ୍ନ ଭିନ୍ନ ତଥ୍ୟ ଦେଉଥିବା କହିଲେ ବିଳାସପୁୁର ଆଇଜି: ଘଟଣାସ୍ଥଳକୁ ଯାଇ ଉଭୟ ଦେଖାଇବେ ଡେମୋ

ଖୁବ୍ ଶୀଘ୍ର କରାଯିବ ନାର୍କୋ ଟେଷ୍ଟ

478

କନକ ବ୍ୟୁରୋ: ଖୋଲିବ ଅନୁପ ସାଏଙ୍କ ଅପରାଧର ପେଡି ।  ୨୦୧୬ କଳ୍ପନା ଦାସ ଓ  ତାଙ୍କ ଝିଅ ଡବଲ ମର୍ଡର ଘଟଣାରେ ବାରମ୍ବାର ବୟାନ ବଦଳାଉଛନ୍ତି ଅନୁପ ସାଏ ଏବଂ ତାଙ୍କ ଡ୍ରାଇଭର ବର୍ମନ ଟପ୍ପୋ । ଏନେଇ ସୂଚନା ଦେଇଛନ୍ତି ବିଳାସପୁର ଆଇଜି । ଉଭୟଙ୍କୁ ଘଟଣା ସ୍ଥଳକୁ ନିଆଯିବ । ସେଠାରେ କିଭଳି ସେମାନେ ହତ୍ୟା କରିଥିଲେ ସେ ନେଇ ଡେମୋ ଦେଖାଇବେ ବୋଲି ବିଳାସପୁର ଆଇଜି କହିଛନ୍ତି  ।

ଏହା ସହ ନାର୍କୋ ଟେଷ୍ଟ ଦ୍ୱାରା ହତ୍ୟାକାଣ୍ଡର ସତ ବାହାରକୁ ଆଣିବାକୁ ଉଦ୍ୟମ କରାଯିବ ବୋଲି କହିଛନ୍ତି । ୪ ବର୍ଷ ତଳର ହତ୍ୟା ହୋଇଥିବାରୁ ହତ୍ୟାରେ ବ୍ୟବହୃତ ହୋଇଥିବା ଜିନିଷ ପାଇବାକୁ ଅସୁବିଧା ହେଉଛି । ପୁଲିସ ସବୁ ତଥ୍ୟକୁ ଯୋଡି ପ୍ରମାଣକୁ ମଜବୁତ କରିବାକୁ ଚେଷ୍ଟା କରୁଛି ବୋଲି ବିଳାସପୁର  ଆଇଜି ଦୀପାଶୁଂ କାବ୍ରା କହିଛନ୍ତି ।

ସେପଟେ ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା ନେଇ ସନ୍ଦେହ କରାଯାଉଥିବା ଇନୋଭା କାରକୁ ଗତକାଲିଠୁ ରାୟଗଡ ଆଣିଛି ଛତିଶଗଡ ପୋଲିସ । ଏପରିକି ଏହି ଗାଡି ବିରୋଧରେ  ୩୦୨ ଦଫା ଲଗାଯାଇଥିବା ଜଣାପଡିଛି । ସେହିଭଳି ଅନୁପ ସାଏ ଏବଂ ବର୍ମନ ଟପ୍ପୋଙ୍କୁ ରିମାଣ୍ଡରେ ନେବାପରେ ଉଭୟଙ୍କୁ ସାମନା ସାମନି ଜେରା କରିବାର ସମ୍ଭାବନା ରହିଛି । ଏହା ଦ୍ୱାରା କିଏ ସତ କହୁଛି ଏବଂ କିଏ ମିଛ କହୁଛି ତାହା ପୋଲିସକୁ ଆକଳନ କରିବାରେ ସୁବିଧା ହେବ ।