କନକ ବ୍ୟୁରୋ: ପରିବାର ଚଳାଇଥିଲା ସେକ୍ସ ରାକେଟ । କଥାଟି ବିଶ୍ୱାସ ହେଉ ନଥିଲେ ବି ସତ । ଅନୁଗୁଳ ଗୀତାଗ୍ରାମରେ ଏଭଳି ଏକ ରାକେଟ ଚାଲିଥିବା ଜଣାପଡିଛି । ଅନୁଗୁଳ ଶିକ୍ଷକ ପଡାର ସ୍ୱାମୀ, ସ୍ତ୍ରୀ ଓ ୨ କଲେଜ ପଢୁଆ ପୁଅ ଚଳାଇଥିଲେ ଦେହ ବ୍ୟବସାୟ । ଏକ ଭଡ଼ା ଘରେ ଏପରି ଅନୈତିକ କାର୍ଯ୍ୟ ବହୁ ଦିନ ହେଲା ଚଳାଇଥିବା ଅଭିଯୋଗ ହୋଇଛି ।
ସମ୍ବଲପୁର ଅଂଚଳର ଦୁଇ ଯୁବତୀଙ୍କୁ ଆଣି ଦେହ ବ୍ୟବସାୟ ଚଳାଇଥିଲେ । ପୋଲିସ ଖବର ପାଇ ଘର ଉପରେ ଚଢାଉ କରିବା ପରେ ସାମନାକୁ ଆସିଛି ଏପରି ସାଂଘାତିକ ସତ । ଏହି ଘରୁ ମଧ୍ୟ ମିଳିଛି ବହୁ ଆପତିଜନକ ସାମଗ୍ରୀ ।