ଅନୁଗୁଳର ଅଭାବନୀୟ ଘଟଣା, ପୁଅକୁ ପୋଡ଼ି ଦେଲେ ପରିବାର : ମଦ ପିଇ ଘରେ ଗଣ୍ଡଗୋଳ କରୁଥିବାରୁ ଅତିଷ୍ଠ ପରିବାର ନେଲେ ଚରମ ପଦକ୍ଷେପ

ମଦ୍ୟପ ରାଜକିଶୋରଙ୍କୁ ନିସ୍ତୁକ ପିଟିବା ପରେ ପେଟ୍ରୋଲ ଢ଼ାଳି ଜିଅନ୍ତା ଜାଳି ଦେଲେ ପରିବାର ଲୋକ

203

କନକ ବ୍ୟୁରୋ : ଅନୁଗୁଳ କଦଳୀମୁଣ୍ଡା ଗାଁରେ ଅଭାବନୀୟ ଘଟଣା । ମଦ୍ୟପ ଯୁବକଙ୍କ ଅତ୍ୟାଚାରରେ ଅତିଷ୍ଠ ହୋଇ ଜୀଅନ୍ତା ଜାଳିଦେଲେ ପରିବାର ଲୋକେ । ଏହି ଘଟଣାରେ ହଣ୍ଡପା ଥାନା ପୋଲିସ ପହଂଚି ମୃତକଙ୍କ ମା’ ବାସନ୍ତୀ ପ୍ରଧାନ ଓ ବଡ଼ପୁଅ ସୁବାଷ ପ୍ରଧାନଙ୍କୁ ଥାନାରେ ରଟକ ରଖି ପଚରା ଉଚରା କରୁଛି । ମୃତ ରାଜକିଶୋର ପ୍ରଧାନ ଶ୍ରମିକ ଶ୍ରେଣୀର ଲୋକ । ସେ ଦେଢ ବର୍ଷ ତଳେ ବିବାହ କରିଥିଲେ ।

ମଦ ପିଇ ଘରେ ସବୁବେଳେ ଗଣ୍ଡଗୋଳ କରୁଥିଲେ । ଏଥିରେ ଅତିଷ୍ଠ ହୋଇ ରାଜକିଶୋରଙ୍କ ପତ୍ନୀ ୩ମାସ ତଳେ ତାଙ୍କ ବାପଘରକୁ ଚାଲିଯାଇଛନ୍ତି । ସ୍ତ୍ରୀ ଘର ଛାଡ଼ି ଯିବା ପରେ ମଧ୍ୟ ସୁଧୁରି ନଥିଲେ ରାଜକିଶୋର । ଘରର ଅନ୍ୟ ସଦସ୍ୟଙ୍କ ସହ ଗଣ୍ଡଗୋଳ କରୁଥିଲେ । ତେବେ ଏଥିରେ ଅତିଷ୍ଠ ହୋଇ ପରିବାର ଲୋକେ ତାଙ୍କୁ ମାଡ଼ ମାରିବା ସହ ପେଟ୍ରୋଲ ଢାଳି ନିଆଁ ଲଗାଇଦେଇଛନ୍ତି । ତାଙ୍କ ଶରୀର ୮୦ ପ୍ରତିଶତ ପୋଡ଼ିଯାଇଥିବା ବେଳେ ମେଡ଼ିକାଲ ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଛି ।