ସାର୍ବଭୌମତ୍ତ୍ୱର ସୂତ୍ର ଧରି ସଂସ୍କୃୁତ ଶିକ୍ଷା ଦେଉଛନ୍ତି ମୁସଲିମ୍ ଶିକ୍ଷୟତ୍ରୀ । ୨୭ ବର୍ଷ ହେବ ଉର୍ଦ୍ଦୁ ବଦଳରେ ସଂସ୍କୃତ ପଢ଼ାଉଛନ୍ତି ହସନ ଦିଦି ।

ଧର୍ମକୁ ପ୍ରତିବନ୍ଧକ ନଭାବି ସଂସ୍କୃତ ଭାଷାରେ ପ୍ରଚାର ପ୍ରସାର କରିବାକୁ ପଣ କରିଥିବା ହସନ ତାରା କୁହନ୍ତି, ପାଠର କୌଣସି ଜାତି କି ଧର୍ମ ନଥାଏ । ସଂସ୍କୃତରୁ ହିଁ ସବୁ ଭାଷାର ମୂଳତତ୍ୱ । ତେଣୁ ଏହା ତାଙ୍କୁ ବେଶ୍ ପ୍ରଭାବିତ କରିଥିଲା ।

620

କନକ ବ୍ୟୁରୋ: ବିଶ୍ୱ ମାନଚିତ୍ରରେ ଭାରତର ପରିଚୟ ସ୍ୱତନ୍ତ୍ର, ଆଉ ଏହି ସ୍ୱତନ୍ତ୍ରତାର ସୂତ୍ର ହେଉଛି ସାର୍ବଭୌମତ୍ତ୍ୱ ଅର୍ଥାତ୍ ସବୁ ଧର୍ମ, ଭାଷା ଓ ଜାତିର ଏକତା ବାର୍ତ୍ତା ବିଶ୍ୱକୁ ଦେଇ ଆସୁଛି ଆମ ଦେଶ । ସେହି ମନ୍ତ୍ରକୁ ସତେ ଯେମିତି ଗଳାମାଳି କରିଦେଇଛନ୍ତି ଅନୁଗୁଳ ଜିଲ୍ଲା ଡ୍ୟାମ୍ ସାଇଟ୍ ଅଞ୍ଚଳର ମୁସଲିମ୍ ମହିଳା ହସନ ତାରା ।

ନିଜେ ମୁସଲିମ ସମ୍ପ୍ରଦାୟର ହୋଇ ମଧ୍ୟ ଦୀର୍ଘ ୨୭ ବର୍ଷ ହେବ ପିଲାଙ୍କୁ ପଢ଼ାଉଛନ୍ତି ସଂସ୍କୃତ ପାଠ । ଉର୍ଦ୍ଦୁ ଶିକ୍ଷା ତାଙ୍କର ମୂଳ ଧର୍ମ ହୋଇଥିଲେ ବି ସଂସ୍କୃତକୁ ଏତେ ଭଲ ପାଇଛନ୍ତି ଯେ, ଦେବଗଡ ଜିଲ୍ଲା ରିଆମାଳ ବ୍ଲକ ଖଇରପାଲି ଉଚ୍ଚ ବିଦ୍ୟାଳୟରେ ପିଲାଙ୍କୁ ସଂସ୍କୃତ ଶିକ୍ଷା ଦେଉଛନ୍ତି । ତେବେ ଭାଷା ଧର୍ମକୁ ପ୍ରତିବନ୍ଧକ ନଭାବି ସଂସ୍କୃତ ଭାଷାରେ ପ୍ରଚାର ପ୍ରସାର କରିବାକୁ ପଣ କରିଥିବା ହସନ ତାରା କୁହନ୍ତି, ପାଠର କୌଣସି ଜାତି କି ଧର୍ମ ନଥାଏ । ସଂସ୍କୃତରୁ ହିଁ ସବୁ ଭାଷାର ମୂଳତତ୍ୱ । ତେଣୁ ଏହା ତାଙ୍କୁ ବେଶ୍ ପ୍ରଭାବିତ କରିଥିଲା ।

ଅନୁଗୁଳ ଜିଲ୍ଲା ରେଙ୍ଗାଳୀ ଡ୍ୟାମ ସାଇଟ ଅଂଚଳର ଆତିକ ଅହମ୍ମଦଙ୍କ କନ୍ୟା ହସନ ତାରା ମୁସଲମାନ ସଂପ୍ରଦାୟର ହୋଇଥିଲେ ମଧ୍ୟ, ସଂସ୍କୃତ ଭାଷାର ଅଧ୍ୟୟନ କରି ସଂସ୍କୃତ ଶିକ୍ଷୟତ୍ରୀ ରୂପେ ନିଆରା ପରଚିୟ ସୃଷ୍ଟି କରିପାରିଛନ୍ତି । ଆଉ ନିଜ ଶିକ୍ଷାଦାନ ଜୀବନକାଳରେ ପ୍ରାୟ ୧ ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କୁ ସଂସ୍କୃତ ଶ୍ଳୋକ ଶିଖାଇ ଚାଲିଛନ୍ତି । ଦେଶରେ ଭାଷା ଧର୍ମକୁ ନେଇ ଅନେକ ବିତର୍କ ହୋଇ ଆସୁଛି । ହେଲେ ଏହାରି ମଧ୍ୟରେ ହସନ ଦିଦି ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସାରା ଦେଶକୁ ଓଡ଼ିଶାରୁ ଏକ ବଡ଼ ବାର୍ତ୍ତା ଦେଇଛନ୍ତି ।

ସବୁଠାରୁ ବଡ଼ କଥା ହେଲା, ହସନ ତାରାଙ୍କ ବାପା ଆତିକ ଅହମ୍ମଦ ଉତ୍ତର ପ୍ରଦେଶର ମୂଳବାସିନ୍ଦା ହୋଇଥିଲେ ବି ରୋଜଗାର ପାଇଁ ୫ ଦଶନ୍ଧି ପୂର୍ବେ ଓଡ଼ିଶା ଆସିଥିଲେ । ଆଉ ରେଙ୍ଗାଳୀ ନଦୀ ବନ୍ଧ ନିର୍ମାଣ ସମୟରେ ଠିକାଦାର ଭାବେ କାର୍ଯ୍ୟକରି ସେଠାକାର ବାସିନ୍ଦା ହୋଇଯାଇଥିଲେ ତାଙ୍କ ପରିବାର । ଆଉ ନିଜ ଝିଅକୁ କୌଣସି ଶିକ୍ଷାର କୌଣସି ଧର୍ମ ନଥାଏ ବୋଲି ବୁଝାଇ ସଂସ୍କୃତ ପଢ଼ିବାକୁ ଅନୁମତି ଦେଇଥିଲେ । ସେବେଠାରୁ ସଂସ୍କୃତ ଭାଷାର ଶିକ୍ଷାଦାନ କରି ସମାଜରେ ସବୁ ଧର୍ମ ସବୁ ଜାତି ସମାନ ବୋଲି ବାର୍ତ୍ତା ବାଣ୍ଟୁଛନ୍ତି ।