ଅନୁଗୁଳ ମୁଷାପାପୁଳି ଛକରେ ଫୁଟିଲା ଗୁଳି, ବୁଲିଲା ଭୁଜାଲି : ଦୁର୍ବୃତ୍ତଙ୍କ ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର; କାରଣ ଅସ୍ପଷ୍ଟ 

126

କନକ ବ୍ୟୁରୋ : ଅନୁଗୁଳ ମୁଷାପାପୁଲି ଗାଁ ଛକରେ ଫୁଟିଲା ଗୁଳି, ବୁଲିଲା ଭୁଜାଲି । ଭୁଜାଲିରେ ତଂଟି କାଟିଦେବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଗୁଳିମାଡରେ ଅନ୍ୟ ଜଣେ ଆହତ ହୋଇଛନ୍ତି । ଆକ୍ରମଣର କାରଣ ଅସ୍ପଷ୍ଟ ରହିଥିବା ବେଳେ ହତ୍ୟାକାଣ୍ଡ ପରେ ଦୁର୍ବୃର୍ତମାନେ ଫେରାର ହୋଇଯାଇଛନ୍ତି । ମିଳିଥିବା ସୂଚନା ଅନୁସାରେ, ମୂଷାପାପୁଲି ଛକର ରନ୍ତଲେଇ ଗାଁର ଦୁଋଶାସନ ସେନାପତି ଓ ଦୁଷ୍ମନ୍ତ ସେନାପତି ଛିଡା ହୋଇଥିଲେ ।

ହଠାତ୍ କିଛି ଦୁର୍ବୃତ୍ତ ଆସି ବନ୍ଧୁକରୁ ଗୁଳି ଫୁଟାଇବା ସହ ଦୁଷ୍ମନ୍ତଙ୍କୁ ଭୁଜାଲିରେ ହାଣି ପକାଇଲେ । ଦୁଷ୍ମନ୍ତଙ୍କ ଉଭୟ ଗୁଳି ଓ ଭୁଜାଲି ମାଡ ହୋଇଥିଲା ଏବଂ ସେ ଘଟଣା ସ୍ଥଳରେ ପ୍ରାଣ ହରାଇଥିଲେ । ଅନ୍ୟପଟେ ଗୁଳିମାଡ ଖାଇ ଆହତ ହୋଇଥିବା ଦୁଃଶାସନ ଗୁରୁତର ଆହତ ହୋଇଛନ୍ତି । ତେବେ ଖବର ପାଇବା ପରେ ମଧ୍ୟ ପୁଲିସ ପହଂଚି ନଥିବା ଅଭିଯୋଗ ହୋଇଛି ।