କନକ ବ୍ୟୁରୋ: ଅନୁଗୁଳର ବହୁ ଚର୍ଚ୍ଚିତ ଆଖି ଗାଏବ ଘଟଣା । ଆସିଲା ଆଖି ତଡା ରିପୋର୍ଟ । ପୋଷ୍ଟମର୍ଟମ ପରେ ଆସିଲା ୨ ମୃତକଙ୍କ ରିପୋର୍ଟ । ପୋଷ୍ଟମର୍ଟମ ପରେ ତାଜୁବ କରିଦେଲେ ରିପୋର୍ଟ । ରିପୋର୍ଟରେ ଆସିଲା ଆଖି ଗାଏବର ସତ । ଅନୁଗୁଳ ମେଡିକାଲରରୁ ଆଖି ଗାଏବ ଘଟଣା ମିଛ । କିଏ ତାଡି ନେଉଥିବା କଥା ବି ସମ୍ପୂର୍ଣ୍ଣ ମିଛ । ଶବାଗାରରେ ମୂଷା ଖାଉଥିବା କଥାକୁ ବି ଭୁଲ ପ୍ରମାଣିତ କଲା ପୋଷ୍ଟମର୍ଟମ ରିପୋର୍ଟ ।
/kanak/media/post_attachments/wp-content/uploads/2019/07/EYE-1-750x430-1-300x172.jpg)
ତେବେ ସେପ୍ଟସେମିଆ ରୋଗ ଯୋଗୁଁ ଶିଶୁକନ୍ୟାର ଆଖି ନଷ୍ଟ ହୋଇଛି । ସେହିପରି ଦ୍ୱିତୀୟ ଗାଏବ ଅଭିଯୋଗଟି ଦୁର୍ଘଟଣାରେ ଆଖି ନଷ୍ଟ ହୋଇଥିବା ରିପୋର୍ଟରେ ପ୍ରକାଶ ପାଇଛି । ତେବେ ଆଖି ଶବାଗାରରୁ ଚୋରି ହୋଇନଥିବା କଥା ପୋଷ୍ଟମର୍ଟମ ପରେ କହିଛନ୍ତି ସିଡିଏମଓ ପ୍ରତାପ କୁମାର ବେହେରା ।
ଗତ ୧୯ ତାରିଖରେ ଅନୁଗୁଳ ମେଡିକାଲର ଶବାଗାରରୁ ୪ ବର୍ଷର ଶିଶୁକନ୍ୟାର ୨ଟି ଆଖି ଗାଏବ ହୋଇଥିବା ଖବର ମିଳିଥିଲା । ଶବାଗାରରୁ କେହି ଶିଶୁର ୨ଟି ଆଖି ତାଡି ନେଇଥିବା ଅଭିଯୋଗ ହୋଇଥିଲା । ନୂଆହତା ଗାଁର ଶିଶୁ ଆଖି ଗାଏବ ପରେ ସାରା ଅନୁଗୁଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା ଉକ୍ତ ଘଟଣାର ସପ୍ତାହେ ନପୂରୁଣୁ ପୁଣି ଏକ ଶବରୁ ଆଖି ଗାଏବ ହୋଇଥିଲା । ଜରପଡା ଥାନା କୁଶକିଳା ଗାଁର ଜମ୍ବେଶ୍ୱର ନାୟକଙ୍କ ଡାହାଣ ଆଖି ଚୋରି ହୋଇଥିବା ଅଭି ଯୋଗ ହୋଇଥିଲା । ହେଲେ ଆଜି ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଶବାଗାରୁ ଆଖି ଚୋରି ହୋଇନଥିବା କଥା ସ୍ପଷ୍ଟ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/07/EYE-3.jpg)