କନକ ବ୍ୟୁରୋ : ପରିବାର ଲୋକଙ୍କୁ ନିଶା ସ୍ପ୍ରେ କରି ବଡଧରଣର ଲୁଟ । ଅନୁଗୁଳ ଜିଲ୍ଲା ନାଲକୋ ଥାନାରେ ଏନେଇ ଅଭିଯୋଗ ହୋଇଛି । ଗିରାଙ୍ଗ ଗାଁର ଠିକା ଶ୍ରମିକ ବିକ୍ରମ ସାହୁଙ୍କ ଘରୁ ନଗଦ ୧୦ ଲକ୍ଷ ଟଙ୍କା ଓ ୫୦ ଭରି ସୁନା ଲୁଟି ନେଇଛନ୍ତି ଡକାୟତ । ଅଭିଯୋଗ ଅନୁସାରେ ଗତକାଲି ରାତିରେ ବିକ୍ରମ ସାହୁ କାମରେ ବାହାରକୁ ଯାଇଥିଲେ । ଘରେ ଥିଲେ ତାଙ୍କର ଦୁଇ ଭଉଣୀ । ବିଳମ୍ବିତ ରାତିରେ ୪ ଜଣ ଡକାୟତ ଘରେ ପଶିଥିବା ଦୁଇ ଭଉଣୀ ଜାଣିପାରିଥିଲେ ।
ହେଲେ ସେମାନେ କିଛି କରିବା ଆଗରୁ ଡକାୟତମାନେ ନିଶା ସ୍ପ୍ରେ କରି ଦୁଇ ଭଉଣୀଙ୍କୁ ଅଚେତ କରିଦେଇଥିଲେ । ଏହାପରେ ବିକ୍ରମଙ୍କ ଘରୁ ନଗଦ ଟଙ୍କା ଗହଣା ଲୁଟି ନେଇଥିବା ଅଭିଯୋଗ ହୋଇଛି । ଏତଲା ପାଇବା ପରେ ନାଲକୋ ଥାନା ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/12/Screen-shot-2017-12-30-at-8.39.53-AM.png)