ଚାଷୀଙ୍କୁ ଉଠବସ୍ ପ୍ରତିବାଦରେ ଅନୁଗୁଳ କିଶୋରନଗର ବନ୍ଦ : ତଦସିଲଦାରଙ୍କ ବଦଳି ଦାବିରେ ଚାଷୀ ସଂଘର ବନ୍ଦ ପାଳନ ; ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ଉପଜିଲ୍ଲାପାଳଙ୍କ ତଦନ୍ତ  

ଚାଷୀଙ୍କୁ ଉଠବସ୍ ପ୍ରତିବାଦରେ ଅନୁଗୁଳ କିଶୋରନଗର ବନ୍ଦ : ତଦସିଲଦାରଙ୍କ ବଦଳି ଦାବିରେ ଚାଷୀ ସଂଘର ବନ୍ଦ ପାଳନ ; ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ଉପଜିଲ୍ଲାପାଳଙ୍କ ତଦନ୍ତ  

କନକ ବ୍ୟୁରୋ : ମାସ୍କ ପାଇଁ ଚାଷୀଙ୍କୁ ତହସିଲଦାର ବସଉଠ କରିବା ଘଟଣାରେ ଅନୁଗୁଳ କିଶୋରନଗର ବନ୍ଦ । ତହସିଲଦାରଙ୍କ ବଦଳି ଦାବିରେ ଚାଷୀ ସଂଘ ପକ୍ଷରୁ କିଶୋରନଗର ବନ୍ଦ କରାଯାଇଛି । ଗତକାଲି ତହସିଲଦାରଙ୍କ ବିରୋଧରେ ଥାନାରେ ଚାଷୀ ମାଗୁଣି ସାହୁଙ୍କ ଏତଲା ପରେ ଉପଜିଲ୍ଲାପାଳଙ୍କୁ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଳାପାଳ । ଭୁଲ ଥିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।

ଗତକାଲି କିଶୋରନଗର ତହସିଲଦାର କଲେଜ ଛକ ନିକଟରେ ମାସ୍କ ଚେକିଂ କରୁଥିଲେ । ଏହି ସମୟରେ ପାଣ୍ଡୁରୀପଥର ଗାଁର ମାଗୁଣି ସାହୁ ଓ ସୁଶାନ୍ତ ରଣା ଧାନବିଲରୁ ମୋଟର ସାଇକେଲରେ ଘରକୁ ଫେରୁଥିଲେ । ତେବେ ମାସ୍କ ତଳକୁ ଖସିଯିବାରୁ ଜୋରିମାନା ଦେବାକୁ କହିଥିଲେ । ଜୋରିମାନା ନ ଦେଲେ ୧୦ ଉଠବସ ହେବାକୁ କହିଥିଲେ । ଟଙ୍କା ଦେଇନପାରି ଏହି ଦୁଇଚାଷୀ ଉଠବସ ହୋଇଥିଲେ । । ଏହି ଘଟଣା ସିସିଟିଭିରେ କଏଦ ହୋଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe