କନକ ବ୍ୟୁରୋ : ମାସ୍କ ପାଇଁ ଚାଷୀଙ୍କୁ ତହସିଲଦାର ବସଉଠ କରିବା ଘଟଣାରେ ଅନୁଗୁଳ କିଶୋରନଗର ବନ୍ଦ । ତହସିଲଦାରଙ୍କ ବଦଳି ଦାବିରେ ଚାଷୀ ସଂଘ ପକ୍ଷରୁ କିଶୋରନଗର ବନ୍ଦ କରାଯାଇଛି । ଗତକାଲି ତହସିଲଦାରଙ୍କ ବିରୋଧରେ ଥାନାରେ ଚାଷୀ ମାଗୁଣି ସାହୁଙ୍କ ଏତଲା ପରେ ଉପଜିଲ୍ଲାପାଳଙ୍କୁ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଳାପାଳ । ଭୁଲ ଥିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।
ଗତକାଲି କିଶୋରନଗର ତହସିଲଦାର କଲେଜ ଛକ ନିକଟରେ ମାସ୍କ ଚେକିଂ କରୁଥିଲେ । ଏହି ସମୟରେ ପାଣ୍ଡୁରୀପଥର ଗାଁର ମାଗୁଣି ସାହୁ ଓ ସୁଶାନ୍ତ ରଣା ଧାନବିଲରୁ ମୋଟର ସାଇକେଲରେ ଘରକୁ ଫେରୁଥିଲେ । ତେବେ ମାସ୍କ ତଳକୁ ଖସିଯିବାରୁ ଜୋରିମାନା ଦେବାକୁ କହିଥିଲେ । ଜୋରିମାନା ନ ଦେଲେ ୧୦ ଉଠବସ ହେବାକୁ କହିଥିଲେ । ଟଙ୍କା ଦେଇନପାରି ଏହି ଦୁଇଚାଷୀ ଉଠବସ ହୋଇଥିଲେ । । ଏହି ଘଟଣା ସିସିଟିଭିରେ କଏଦ ହୋଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/11/Screen-Shot-2020-11-08-at-2.22.48-PM-1.png)