କନକ ବ୍ୟୁରୋ: ଗରିବ ହେବା କଣ ପାପ ? ଗରିବ ଘରେ ଜନ୍ମ ହେବା କଣ ଭୁଲ ? ଦୁଃଖ କଣ ଗରିବର ପିଛା ଛାଡିବନି ବୋଲି ପଣ କରିଛି ? ନା ଗରିବି ଯେଉଁଠି ଦୁଃଖ ସେଇଠି ରହିବ ବୋଲି ନିୟମ ରହିଛି? ଯଦି ଗରିବର ଭାଗ୍ୟରେ ଦୁଃଖ ଭାଡି ବାନ୍ଧି ରହିଛି ତେବେ ଭଗବାନ ଏମିତି ଜନ୍ମ ଦେଉଥିଲେ କଣ ପାଇଁ ? ଜନ୍ମ ଦେବା ଆଗରୁ ମାରି ଦେଲେନି କଣ ପାଇଁ ? ବୋଧହୁଏ ଏମିତି କିଛି ପ୍ରଶ୍ନର କ୍ଷତାକ୍ତ ଖଟରେ ବସି ଭାବୁଛନ୍ତି ଗୋବର୍ଦ୍ଧନ? ଗରିବିକୁ ନିଜ ପିଠିରେ ନାଉ କରି ଭାଗ୍ୟ, ଭଗବାନଙ୍କୁ ଦୋଷ ଦେଉଛନ୍ତି ଅନୁଗୁଳର ଗୋବର୍ଦ୍ଧନ ନାଏକ...
ଦିନ ଥିଲା ପୂରା ପରିବାରର ବୋଝ ପିଠିରେ ଲଦିଥିଲେ । ବାପା ଆରପାରିକୁ ଚାଲିଯିବା ପରେ ବୁଢି ମାଆ ଆଉ ଭଉଣୀର ଭାର ବୋହି ଦାରିଦ୍ର୍ୟତାକୁ ବେଖାତିର କରି ଆଗକୁ ଆଗକୁ ଦୌଡୁଥିଲେ ଅନୁଗୁଳ ବଡକେରା ପଞ୍ଚାୟତ ପାଞ୍ଜିଆସାହିର ଗୋବର୍ଦ୍ଧନ ନାଏକ । ହେଲେ ଗୋବର୍ଦ୍ଧନଙ୍କ ସେ ସୁଖର ଦୌଡ ଧିରେଧିରେ ଧିମେଇ ଗଲା । ଗୋବର୍ଦ୍ଧନଙ୍କ ପାଦ ଫୁଲିଲା, ପେଟ ସହ ମୁହଁ ମଧ୍ୟ ଫୁଲିବା ଆରମ୍ଭ କଲା । ଆଉ ପ୍ରାଥମିକ ଚିକିତ୍ସା ପରେ ଗୋବର୍ଦ୍ଧନଙ୍କ ୨ଟି କିଡନୀ ଖରାପ ହୋଇଥିବା ଜଣାପଡିଲା ।
ତେବେ ଘରର ଏକମାତ୍ର ରୋଜଗାରିଆ ପୁଅକୁ ଏଭଳି ରୋଗ ମାଡି ବସିବା ପରେ ପରିବାରର ଅଣ୍ଟା ଭାଙ୍ଗିଗଲା, ମାଆ-ଭଉଣୀଙ୍କ ପାଦ ତଳୁ ମାଟି ଖସିଗଲା । ଗୋବର୍ଦ୍ଧନଙ୍କୁ ଚିକିତ୍ସା କରାଇବା ପାଇଁ କଟକ ବଡ ମେଡିକାଲ ଠାରୁ ଭୁବନେଶ୍ୱର ପର୍ଯ୍ୟନ୍ତ ମଧ୍ୟ ନିଆଯାଇଥିଲା । ହେଲେ ସବୁଠି ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରିବା ପରେ ବି କୌଣସି ସୁଫଳ ମିଳିନଥିଲା । ଯିଏ ବି ଦେଖୁଥିଲା ସିଏ ଦିଲ୍ଲୀ ଯିବାକୁ ପରାମର୍ଶ ଦେଉଥିଲା । ଆଉ ଅଭାବୀ ଘରେ ଯାହା କିଛି ଥିଲା ସବୁ ବିକି ଭାଙ୍ଗି ଦିଲ୍ଲୀ ଯିବା ସେମାନଙ୍କ ପାଇଁ ସମ୍ଭବ ନଥିଲା । ତେଣୁ ଭାଗ୍ୟକୁ ଆଦରି ଗୋଡହାତ ବାନ୍ଧି ଘରେ ରହିଛନ୍ତି ଗୋବର୍ଦ୍ଧନ...
ସେପଟେ ଓଳିଏ ଖାଇ ଓଳିଏ ଉପାସ ରହୁଥିବା ପରିବାର ପାଇଁ ଗୋବର୍ଦ୍ଧନଙ୍କ ଡାଏଲିସିସ କରିବା ସାତ ସପନ । ତେଣୁ ସରକାରୀ ସହାୟତା କିମ୍ବା କୌଣସି ସହୃଦୟ ବ୍ୟକ୍ତିଙ୍କ ସାହାଯ୍ୟକୁ ଚାହିଁ ରହିଛନ୍ତି ପରିବାର । ତେବେ ଜୀବନ ପାଇଁ ଗୋବର୍ଦ୍ଧନଙ୍କ ଏ ଗୁହାରୀ ଶୁଣିବା ପରେ ଆପଣମାନେ ମଧ୍ୟ ଆଗେଇ ଆସନ୍ତୁ ଆଉ ତାଙ୍କୁ ସହାୟତାର ହାତ ବଢାଇ ପୂରା ପରିବାରରେ ହସ ଫୁଟାନ୍ତୁ...
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/08/GOBARDHAN_00625.png)
/kanak/media/post_attachments/wp-content/uploads/2019/08/Screen-Shot-2019-08-19-at-9.50.37-PM-300x237.png)
/kanak/media/post_attachments/wp-content/uploads/2019/08/Screen-Shot-2019-08-19-at-9.49.35-PM-300x239.png)
/kanak/media/post_attachments/wp-content/uploads/2019/08/Screen-Shot-2019-08-19-at-9.50.03-PM-300x238.png)