କନକ ବ୍ୟୁରୋ: ସ୍ମାର୍ଟ କାର୍ଡ ଯୋଜନାରେ ଯୋଡିହେଲା ଆଉ ଦୁଇଟି ଜିଲ୍ଲା । ଶନିବାର ଢ଼େଙ୍କାନାଳ ଓ ଅନୁଗୁଳ ଗସ୍ତରେ ଯାଇ ଏହି ଦୁଇ ଜିଲ୍ଲାରେ ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଖାଲି ସେତିକି ନୁହେଁ ଢେଙ୍କାନାଳ ଜିଲ୍ଲାର ୪୪୮ ଗୋଟି ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ମାଧ୍ୟମରେ ଜିଲ୍ଲାର ୨ ଲକ୍ଷ ୯୪ ହଜାର ପରିବାର ଓ ୯ ଲକ୍ଷ ହିତାଧିକାରୀ ଉପକୃତ ହେବେ । ସେହିପରି ସ୍ମାର୍ଟ ହେଲଥ କାର୍ଡରେ ସାମିଲ ହେଲା ଅନୁଗୁଳ ଜିଲ୍ଲା । ହିତାଧିକାରୀଙ୍କୁ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାଦ୍ୱାରା ଅନୁଗୁଳରେ ଉପକୃତ ହେବେ ୧୦ ଲକ୍ଷ ହିତାଧିକାରୀ । ୧୧ଶହ ୭୬ କୋଟି ଟଙ୍କା ପ୍ରକଳ୍ପର ଭେଟି ଦେବା ସହ ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ତେବେ ଏହି ଗସ୍ତ ସମୟରେ ବିରୋଧୀମାନେ ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ କରିଥିବା ମଧ୍ୟ ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରି ଅନୁଗୁଳର ବିଭିନ୍ନ ସ୍ଥାନରେ କଳାପତାକା ଦେଖାଇବା ସହ ବିରୋଧ ପ୍ରଦର୍ଶନ କରିଛନ୍ତି ବିଜେପି ଓ କଂଗ୍ରେସ । ସଭାସ୍ଥଳରୁ ଦୂରରେ ରହି ବିରୋଧ ପଦର୍ଶନ କରିଛନ୍ତି ଉଭୟ ବିଜେପି ଓ କଂଗ୍ରେସ କର୍ମୀ । ଯାହାଫଳରେ ମୁହାଁମୁହିଁ ହୋଇଛନ୍ତି ବିରୋଧୀ ଓ ବିଜେଡି କର୍ମୀ । ବିରୋଧୀଗୋଷ୍ଠି ସଭାସ୍ଥଳକୁ ଧସେଇ ପଶିବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ ସେମାନଙ୍କୁ ଅଟକାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/11/13-19.jpg)