କନକ ବ୍ୟୁରୋ : ଅନୁଭବ ଓ ବର୍ଷାକୁ ନେଇ ବିବାଦ ଥମିନଥିବାବେଳେ ଏବେ ଏକ ନୂଆ ବିବାଦ ସାମ୍ନାକୁ ଆସିଛି । ବର୍ଷାଙ୍କୁ ନେଇ ଥାନାକୁ ଯାଇଛନ୍ତି ଅଭିନେତା ଅନୁଭବ ମହାନ୍ତିଙ୍କ ମା' ମଧୁସ୍ମିତା ମହାନ୍ତି । ପୁରୁଣା ଘରର ମରାମତି ଆବଶ୍ୟକ । ଏଥିପାଇଁ ଘର ୧୦ ଦିନ ଲାଗି ବାପଘରକୁ ଯିବାକୁ ବର୍ଷାଙ୍କୁ କୁହାଗଲେ ବି ସେ ଯାଉନଥିବା ଅଭିଯୋଗରେ ଦର୍ଶାଇଛନ୍ତି ମଧୁସ୍ମିତା ।
କଟକର ପୁରୀଘାଟ ଥାନାରେ କରିଥିବା ଅଭିଯୋଗରେ ଅନୁଭବଙ୍କ ମା' ଦର୍ଶାଇଛନ୍ତି ଯେ, କଟକ ଚୌଧୁରୀ ବଜାର ନନ୍ଦିସାହିରେ ସେ ରହୁଥିବା ଘର ୬୦ ବର୍ଷ ତଳର । କିଛିଦିନ ତଳେ ପାଇଖାନା ଟାଙ୍କିରେ ସମସ୍ୟା ଦେଖାଦେବାରୁ ଏହାର ମରାମତି ପାଇଁ ସେ ଯୋଗାଯୋଗ କରିଥିଲେ । ମିସ୍ତ୍ରୀ ମରାମତି ୧୦ ଦିନ ଲାଗିବ ବୋଲି କହିଥିଲେ । ତେଣୁ ଏହି ୧୦ ଦିନ ଲାଗି ଘର ଛାଡି ବକ୍ସିବଜାର ସ୍ଥିତ ତାଙ୍କ ବାପଘରକୁ ଯିବାକୁ ବୋହୂ ବର୍ଷାଙ୍କୁ ସେ ଅନୁରୋଧ କରିଥିଲେ ।
କିନ୍ତୁ କୌଣସି କାରଣ ନ ଦର୍ଶାଇ ବର୍ଷା ଘର ଛାଡୁନଥିବା ଅନୁଭବଙ୍କ ମା' ଅଭିଯୋଗ କରିଛନ୍ତି । ଏହାଦ୍ୱାରା ସେ, ତାଙ୍କ ସ୍ୱାମୀ ଓ ଘରର ଅନ୍ୟ ସଦସ୍ୟ ସମସ୍ୟା ଭୋଗୁଛନ୍ତି । ତେଣୁ ଥାନା କର୍ତ୍ତୃପକ୍ଷ ଘରକୁ ଆସି ସମସ୍ତ ତଥ୍ୟ ଦେଖି ପଦକ୍ଷେପ ନେବାକୁ ଅନୁଭବଙ୍କ ମା' ଅନୁରୋଧ କରିଛନ୍ତି । ଯାହାଦ୍ୱାରା କାମକୁ ସହଜରେ ସଂପୂର୍ଣ୍ଣ କରାଯାଇପାରିବ ।