କନକ ବ୍ୟୁରୋ: ବିବାହ ବିଛେଦ ମାମଲାକୁ ନେଇ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ଓ ଅଭିନେତା ତଥା କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ମଧ୍ୟରେ ବିବାଦ ଲାଗି ରହିଛି । ଏହାରି ଭିତରେ ବର୍ଷାଙ୍କ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ଅନୁଭବ । ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇବା ସହ ଅନୁଭବ ଲେଖିଛନ୍ତି ହୁଏତ ଆମେ ଦୁଇ ଜଣ ଭଲ ସ୍ୱାମୀ-ସ୍ତ୍ରୀ ହୋଇ ନପାରୁ କିନ୍ତୁ ସବୁବେଳ ପାଇଁ ଭଲ ବନ୍ଧୁ ଅଟୁ । ଏହାସହ ସେ ବର୍ଷା ମଙ୍ଗଳ କାମନା କରିଛନ୍ତି । କହିଛନ୍ତି ସେ ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରୁଛନ୍ତି ବର୍ଷା ସବୁ ବେଳେ ଖୁସିରେ ରହୁନ୍ତି, ତାଙ୍କୁ ସବୁ ଖୁସି ମିଳୁ । ସୂଚନାଯୋଗ୍ୟ ଯେ, ବିବାହ ବିଚ୍ଛେହକୁ ନେଇ ଏମାନଙ୍କ ମାମଲା କୋର୍ଟରେ ଏବେ ବିଚାରଧୀନ ରହିଛି ।

Advertisment