କନକ ବ୍ୟୁରୋ : ମହିଳା କମିଶନରେ ହାଜର ହେଲେ ବର୍ଷା ପ୍ରିୟଦର୍ଶିନୀ । ପାରିବାରିକ ବିବାଦକୁ ନେଇ ମହିଳା କମିଶନଙ୍କ ଦ୍ୱାରସ୍ତ ହୋଇଛନ୍ତି ସାଂସଦ ଅନୁଭବ ମହାନ୍ତିଙ୍କ ପତ୍ନି ବର୍ଷା ପିୟଦର୍ଶିନୀ । ଅନୁଭବ ଏବଂ ତାଙ୍କ ବାପା ଓ ମାଆଙ୍କୁ ବି ପୂର୍ବରୁ ମହିଳା କମିଶନରେ ହାଜର ପାଇଁ ନୋଟିସ ହୋଇଥିଲା । ଆଜି ହାଜର ହେବାକୁ ୩ଜଣଙ୍କୁ ନୋଟିସ କରିଛନ୍ତି ମହିଳା କମିଶନ୍ ।
ଗତ କିଛି ଦିନ ହେବ ଷ୍ଟାର କପୁଲଙ୍କ ଭିତରେ ବିବାହକୁ ନେଇ ଯେଉଁ ବିବାଦ ଦେଖାଦେଇଛି ତାହା ଥମିବାର ନାଁ ଧରୁନି । ବିଭିନ୍ନ ସମୟରେ ଭିଡିଓ ପୋଷ୍ଟ କରି ବିବାଦ ଘେରକୁ ଟାଣି ହେଉଛନ୍ତି ଦୁହେଁ । ସୋସିଆଲ ମିଡିଆରେ ଉଭୟ ଉଭୟଙ୍କୁ ଟାର୍ଗେଟ କରି ପୋଷ୍ଟ କରୁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/12/8-18.jpg)