ବାନ୍ଧବୀ ଜାଗୃତିଙ୍କ ସହ ଫଟୋ ସେୟାର କଲେ ଅନୁଭବ । କ୍ୟାପସନରେ ଲେଖିଲେ ଏମିତି କଥା..

ଏପଟେ କଟକ ପରିବାର କୋର୍ଟରେ ଚାଲିଛି ବର୍ଷାଙ୍କ ଠାରୁ ଛାଡପତ୍ର ମାମଲା

5,208

କନକ ବ୍ୟୁରୋ : ପାରିବାରିକ ବିବାଦରେ ଛନ୍ଦି ହୋଇ ପଡ଼ିଥିବା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରି ଏବେ ଚର୍ଚ୍ଚାରେ ଅନୁଭବ । ଦୀର୍ଘ ଦିନ ପରେ ଅନୁଭବ ପୁଣି ଥରେ ବାନ୍ଧବୀ ଜାଗୃତୀଙ୍କ ସହ ଫଟୋ ପୋଷ୍ଟ କରିଛନ୍ତି । ନିଜ ଇନଷ୍ଟାଗ୍ରାମ୍ ଆକାଉଂଟରେ ଛାଡିଥିବା ଏହି ଫଟୋରେ ଅନୁଭବ ଓ ଜାଗୃତୀ ଏକାଠି ବସି ଖାଉଥିବାର ଦେଖିବାକୁ ମିଳିଛି ।

ଆଉ କ୍ୟାପସନରେ ଅନୁଭବ ଲେଖିଛନ୍ତି, ମୋର ବନ୍ଧୁ, ଆତ୍ମନିର୍ଭରଶୀଳ ଓ ସଶକ୍ତ ମହିଳାଙ୍କୁ ଭେଟିବା ସବୁବେଳେ ସୁନ୍ଦର ଲାଗେ । ଏହା ସହ ଆଗକୁ ବଢି ଚାଲ ବୋଲି ଲେଖିଛନ୍ତି ଅନୁଭବ ମହାନ୍ତି । ଶେଷରେ ଥମ୍ପସ୍ଅପର ଏକ ଇମୋଜି ଲଗାଇଛନ୍ତି । ଗୋଟିଏ ପଟେ ପତ୍ନୀ ବର୍ଷାଙ୍କୁ ନେଇ ବିବାଦ ଲାଗି ରହିଛି । କଟକ ଫ୍ୟାମିଲି କୋର୍ଟରେ ବର୍ଷାଙ୍କଠାରୁ ବିବାହ ବିଚ୍ଛେଦ ପାଇଁ ଅନୁଭବ କରିଥିବା ଆବେଦନର ଶୁଣାଣି ଚାଲିଛି । ଏହା ସହ ଦାମ୍ପତ୍ୟ ସଂପର୍କର ସୁରକ୍ଷା ଲାଗି ବର୍ଷା ରୁଜୁ କରିଥିବା ଆବେଦନର ମଧ୍ୟ ଶୁଣାଣି କରୁଛନ୍ତି ପରିବାର ଅଦାଲତ । ଏହାରି ଭିତରେ ବାନ୍ଧବୀ ଜାଗୃତୀଙ୍କ ସହ ଫଟୋ ପୋଷ୍ଟ କରି ଚର୍ଚ୍ଚାର ଖୋରକ ଯୋଗାଇଛନ୍ତି ଅନୁଭବ ।