ତାଙ୍କ ସହିତ ପୁଣି ଏକାଠି ରହିବା….ଆଉ ନୁହେଁ, କଦାପି ନୁହେଁ । ଏ ଜନ୍ମ କଣ…ଆଗାମୀ ଜନ୍ମରେ ବି ନୁହେଁ । ସୋସିଆଲ୍ ମିଡିଆରେ ପୁଣି ଲେଖିଲେ ଅନୁଭବ । 

1,205

କନକ ବ୍ୟୁରୋ: ଯେଉଁମାନେ ମୋତେ ଲଗାତାର ତାଙ୍କ ସହିତ ପୁଣିଥରେ ଏକାଠି ରହିବାକୁ ପରାମର୍ଶ ଦେଉଛନ୍ତି, ସେମାନେ ଜାଣି ରଖନ୍ତୁ…ମୁଁ ସ୍ପଷ୍ଟ ଭାବେ କହି ରଖିବାକୁ ଚାହୁଁଛି ଯେ, ଏ ଜନ୍ମ ନୁହେଁ, ଆଗାମୀ ଜନ୍ମ ପରେ ମଧ୍ୟ ମୁଁ ତାଙ୍କ ସହ ଏକାଠି ରହିବିନି । ନିଜ ସୋସିଆଲ୍ ମିଡିଆ ଆକାଉଣ୍ଟରେ କିଛି ଏମିତି ଲେଖି ଟୁଇଟ୍ କରିଛନ୍ତି କେନ୍ଦ୍ରାପଡା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ।

ସିଧା ସିଧା ନିଜ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ କଥା ଉଲ୍ଲେଖ କରି ସେ ଏହି ଟୁଇଟ୍ କରିଛନ୍ତି । ଆଉ ଯେଉଁମାନେ ତାଙ୍କୁ ପୁଣିଥରେ ଏକାଠି ହୋଇଯିବାକୁ ପରାମର୍ଶ ଦେଉଛନ୍ତି ତାଙ୍କୁ ଅନୁଭବ ଏହି ଟୁଇଟ୍ ଜରିଆରେ ଜବାବ୍ ଦେଇଛନ୍ତି । ଏ ଜନ୍ମ କଣ, ଆଗାମୀ ଜନ୍ମରେ ମଧ୍ୟ ସେ ତାଙ୍କ ସହିତ ପୁଣି ଥରେ ଏକାଠି ହୋଇପାରିବେନି ବୋଲି ସେ ଟୁଇଟରେ ଲେଖିଛନ୍ତି ।

ସୂଚନାଯୋଗ୍ୟ ଯେ, ନିଜ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ସହିତ ପାରିବାରିକ ବିବାଦ ଭିତରେ ଏବେ ଚର୍ଚ୍ଚାରେ ଅଛନ୍ତି କେନ୍ଦ୍ରାପଡା ସାଂସଦ ତଥା ଓଲିଉଡ୍ ଷ୍ଟାର ଅନୁଭବ ମହାନ୍ତି । ଆଜି ତାଙ୍କର ଏକ ଅଧ ଘଣ୍ଟିଆ ଭିଡିଓ ମଧ୍ୟ ଚର୍ଚ୍ଚାରେ ରହିଛି । ଯେଉଁ ଭିଡିଓରେ ସେ ଭଲ ପାଇଁ ଭୁଲ୍ କରିଥିବା ସ୍ୱୀକାର କରିବା ସହିତ ଜୀବନ ସାଥୀ ବାଛିବାରେ ଭୁଲ କରିଛନ୍ତି ବୋଲି କହିଥିଲେ । ଆଉ ଏହି ଭିଡିଓ ପୋଷ୍ଟ କରିବାର କିଛି ଘଣ୍ଟା ପରେ ସେ ପୁଣିଥରେ ଟୁଇଟ୍ କରି ଏହି କଥାକୁ ଉଲ୍ଲେଖ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ବର୍ଷାଙ୍କ ସହ ବିବାଦକୁ ନେଇ କୋର୍ଟରେ ଏବେ ମାମଲା ଚାଲିଛି ।  ଆଜିର ଭିଡିଓ ପୋଷ୍ଟ କରି ଅନୁଭବ ଆହୁରି ମଧ୍ୟ କହିଛନ୍ତି, ନ୍ୟାୟକୁ ଅପେକ୍ଷା ନ କରି ମୃତ୍ୟୁକୁ ବାଛିନେବା ଭଲ । କିନ୍ତୁ ସେ ଏମିତି କରିବେ ନାହିଁ  ।