ତୁଳସୀକ୍ଷେତ୍ରରେ ବଳଦେବଜୀଉଙ୍କ ରଥଯାତ୍ରା କରିବାକୁ ଦାବି ଜୋର ଧରିଲା : ସ୍ୱତନ୍ତ୍ର ରିଲିଫ କମିସନରଙ୍କୁ ଚିଠି ଲେଖିଲେ ସ୍ଥାନୀୟ ସାଂସଦ ଅନୁଭବ ମହାନ୍ତି

Advertisment
ତୁଳସୀକ୍ଷେତ୍ରରେ ବଳଦେବଜୀଉଙ୍କ ରଥଯାତ୍ରା କରିବାକୁ ଦାବି ଜୋର ଧରିଲା : ସ୍ୱତନ୍ତ୍ର ରିଲିଫ କମିସନରଙ୍କୁ ଚିଠି ଲେଖିଲେ ସ୍ଥାନୀୟ ସାଂସଦ ଅନୁଭବ ମହାନ୍ତି

କନକ ବ୍ୟୁରୋ : କେନ୍ଦ୍ରାପଡା ପବିତ୍ର ତୁଳସୀକ୍ଷେତ୍ରରେ ବଳଦେବଜୀଉଙ୍କ ରଥଯାତ୍ରା କରିବାକୁ ଦାବି ଜୋର ଧରିଛି । ଏ ନେଇ ସ୍ୱତନ୍ତ୍ର ରିଲଫ କମିଶନର ପ୍ରଦୀପ ଜେନାଙ୍କୁ ଚିଠି ଲେଖିଛନ୍ତି ସ୍ଥାନୀୟ ସାଂସଦ ଅନୁଭବ ମହାନ୍ତି । ଏଥିରେ ସେ କହିଛନ୍ତି , ପୁରୀ ରଥଯାତ୍ରା ଓ ତୁଳସୀକ୍ଷେତ୍ର କେନ୍ଦ୍ରାପଡାର ରଥଯାତ୍ରା ପରଷ୍ପର ଯୋଡି ହୋଇ ରହିଛନ୍ତି ।

ସେଥିପାଇଁ ପୁରୀ ଭଳି ବଳଦେବଜୀଉଙ୍କ ରଥଯାତ୍ରାକୁ ଅନୁମତି ଦିଆଯାଉ । କୋଭିଡ ନିୟମାବଳୀର ସମସ୍ତ କଟକଣା ଭିତରେ ରଥଯାତ୍ରା ହେଉ । କଟକଣା ପାଳନ ପାଇଁ ସେ ଦାୟିତ୍ୱ ନେବେ ବୋଲି ଅନୁଭବ ମହାନ୍ତି ତାଙ୍କ ଚିଠିରେ ଦର୍ଶାଇଛନ୍ତି । ଚଳିତବର୍ଷ କେବଳ ବିନା ଭକ୍ତରେ ପୁରୀ ରଥଯାତ୍ରା କରିବାକୁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି । ଅନ୍ୟ ସବୁ ସ୍ଥାନରେ କେବଳ ମନ୍ଦିର ଭିତରେ ନୀତିକାନ୍ତି ହେବ ବୋଲି କୁହାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe