ଗୋଟିଏ ଜାଗାରେ ପାଖାପାଖି ଅନୁଭବ-ବର୍ଷା । ମହିଳା କମିଶନଙ୍କ ଆଗରେ ହାଜର ହେଲେ ଅନୁଭବ, କହିଲେ ଅଧ୍ୟକ୍ଷାଙ୍କ ଆଗରେ ରଖିଲେ ପକ୍ଷ ।

791

କନକ ବ୍ୟୁରୋ : ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶନୀ ମାମଲାରେ ଆଜି ମହିଳା କମିଶନଙ୍କ ନୋଟିସ୍ ଅନୁସାରେ ହାଜର ହୋଇଛନ୍ତି ଅନୁଭବ ଓ ବର୍ଷା । ଉଭୟଙ୍କୁ ସାମ୍ନାସାମ୍ନି ବସାଇ କଥାବାର୍ତ୍ତା କରିଥିଲେ ମହିଳା କମିଶନ ଅଧ୍ୟକ୍ଷା ମୀନତି ବେହେରା । ବର୍ଷା ଓ ଅନୁଭବଙ୍କ ୩ ଘଂଟା ଧରି ଆଲୋଚନା କରିଥିଲେ ଅଧ୍ୟକ୍ଷା । ଆଲୋଚନା ସମୟରେ ଉଭୟଙ୍କୁ ବୁଝାଇବା ପାଇଁ ଉଦ୍ୟମ କରିଥିଲେ ।

ଆଲୋଚନା ପରେ ମହିଳା କମିଶନ ଅଧ୍ୟକ୍ଷା କହିଛନ୍ତି, ଆଜିର ଆଲୋଚନା ଆଗକୁ ଏକ ନୂଆ ଆଲୋକ ଦେଖାଇବ । ଆଗକୁ ଗୋଟିଏ ଭଲ ରାସ୍ତା ବାହାରିବ ବୋଲି ଆଶା କରାଯାଉଥିବା କହିଛନ୍ତି ଅଧ୍ୟକ୍ଷା ମୀନତି ବେହେରା । ସେପଟେ ମହିଳା କମିଶନଙ୍କ ପକ୍ଷରେ ହାଜର ହେବା ପରେ ଅନୁଭବ କହିଛନ୍ତି, ସେ ତାଙ୍କ ପକ୍ଷ ରଖିଛନ୍ତି । ମହିଳା କମିଶନଙ୍କୁ ସମ୍ମାନ ଜଣାଇ ସେ ହାଜର ହୋଇଥିଲେ ।

ଆଜି ମହିଳା କମିଶନରେ ଉଭୟ ଅନୁଭବ ଓ ପତ୍ନୀ ବର୍ଷା ପିୟଦର୍ଶିନୀ ହାଜର ହୋଇଥିଲେ । ପାରିବାରିକ ବିବାଦକୁ ନେଇ ବର୍ଷା ପ୍ରିୟଦର୍ଶିନୀ ମହିଳା କମିଶନଙ୍କ ଦ୍ୱାରସ୍ତ ହୋଇଥିଲେ । ବର୍ଷାଙ୍କ ଅଭିଯୋଗ ଆଧାରରେ ଅନୁଭବଙ୍କ ସମେତ ତାଙ୍କ ବାପା ଓ ମାଆଙ୍କୁ ମଧ୍ୟ ହାଜର ହେବା ପାଇଁ ନୋଟିସ କରିଥିଲେ ମହିଳା କମିଶନ । କୋର୍ଟରେ ବର୍ଷା-ଅନୁଭବଙ୍କ ପାରିବାରିକ ବିବାଦ ଚାଲିଛି । ଅନୁଭବ, ବର୍ଷାଙ୍କ ରୁମକୁ ପଶିବାକୁ ଉଦ୍ୟମ କରୁଥିବା ବେଳେ ଉଭୟଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତାର ଭିଡିଓ ଭାଇରାଲ ହେବା ପ୍ରସଙ୍ଗରେ କଟକ ପୁରୀ ଘାଟ ଥାନାରେ ଅଭିଯୋଗ କରିଥିଲେ ବର୍ଷାଙ୍କ ଓକିଲ ।

କିଛି ଦିନ ତଳେ ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା । ଏହି ଭିଡ଼ିଓରେ ବର୍ଷା ଅନୁଭବ ଯୁକ୍ତିତର୍କ କରୁଥିବାର ଦେଖିବାକୁ ମିଳିଥିଲା । ଅନୁଭବ କହୁଥିଲେ ବାପା ମାଆଙ୍କ ଆର୍ଶୀବାଦ ଥିବା ଯାଏଁ ତାଙ୍କୁ କେହି ହରେଇ ପାରିବେ ନାହିଁ । ଆଉ ଏହାର ଜବାବ ରଖୁଥିଲେ ଅଭିନେତ୍ରୀ ବର୍ଷା । ଏହି ଭିଡ଼ିଓକୁ ନେଇ ଥାନାରେ ଏତଲା ଦିଆଯାଇଥିଲା ଏବଂ ମହିଳା କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ ବର୍ଷା ।