ବର୍ଷାଙ୍କ ରହଣି ବାବଦରେ ଟଙ୍କା ଦେଲେ ଅନୁଭବ । କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ବର୍ଷାଙ୍କ ଆକାଉଣ୍ଟକୁ ୩୦ହଜାର ଟଙ୍କା ପଠାଇ କୋର୍ଟଙ୍କୁ ଜଣାଇଲେ

515

କନକ ବ୍ୟୁରୋ : ବର୍ଷାଙ୍କ ରହଣି ବାବଦରେ ଟଙ୍କା ଦେଲେ ଅନୁଭବ ମହାନ୍ତି । କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ବର୍ଷାଙ୍କ ଆକାଉଣ୍ଟକୁ ୩୦ହଜାର ଟଙ୍କା ପଠାଇ କୋର୍ଟଙ୍କୁ ଜଣାଇଲେ ଅନୁଭବ । ଅନୁଭବ ପୈତୃକ ବାସଭବନ ଛାଡିବାକୁ ଗତକାଲି ନିର୍ଦ୍ଦେଶ ଦେଇଥିଲେ କୋର୍ଟ

ତେବେ ବର୍ଷା ଅନୁଭବଙ୍କ ପୈତୃକ ଘର ଛାଡୁ ନଥିବାରୁ ଅନୁଭବଙ୍କ ପରିବାରର ଅନ୍ୟ ସଦସ୍ୟମାନେ ସେହି ଘର ଛାଡିଥିଲେ । କିନ୍ତୁ ତାଙ୍କ ବାପା-ମା, ବଡବାପାଙ୍କ ଦେହ ଅସୁସ୍ଥ ଥିବାରୁ, ସେମାନଙ୍କୁ ଘରକୁ ଫେରାଇ ଆଣିବା ପାଇଁ, ବର୍ଷାଙ୍କୁ ଘର ଛାଡିବାକୁ ନିର୍ଦ୍ଦେଶ ଦେବାକୁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଅନୁଭବ ।

ଅନୁଭବ ମହାନ୍ତିଙ୍କ ପକ୍ଷରୁ କୋର୍ଟରେ କରାଯାଇଥିବା ଆବେଦନର ଶୁଣାଣି କରି, କଟକ ଏସଡିଜେଏମ କୋର୍ଟ କହିଥିଲେ…
– ବର୍ଷାଙ୍କ ରହଣି ପାଇଁ ମାସିକ ୩୦ ହଜାର ଟଙ୍କା ଦେବେ ଅନୁଭବ
– ପ୍ରତିମାସର ୧୦ ତାରିଖ ମଧ୍ୟରେ ୩୦ ହଜାର ଟଙ୍କା ଦେବାକୁ ପଡିବ
– ଟଙ୍କା ପାଇବାର ୨ ମାସ ଭିତରେ ଘର ଛାଡିବେ ବର୍ଷା
– ବର୍ଷା ନିଜ ସୁବିଧା ଅନୁସାରେ ଭଡାଘରେ ରହିବେ

ତେବେ କୋର୍ଟଙ୍କ ନିର୍ଦ୍ଦେଶକୁ ଆଧାର କରି ଆଜି ଅନୁଭବ ମହାନ୍ତି ବର୍ଷାଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଛନ୍ତି ।