କନକ ବ୍ୟୁରୋ: ସେହିପରି କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଓ ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର ମଧ୍ୟ ବିଜେପିରେ ସାମିଲ ହେବା ଚର୍ଚ୍ଚା ହେଉଛି । ତେବେ ଦୁଇ ନେତା ଏପର୍ଯ୍ୟନ୍ତ ବିଜେଡିରୁ ଇସ୍ତଫା ଦେଇନାହାନ୍ତି । ଦଳରେ ସକ୍ରିୟ ନଥିଲେ ବି ବିଧିବଦ୍ଧ ଭାବେ କିଛି ଘୋଷଣା ମଧ୍ୟ କରିନାହାନ୍ତି । କିନ୍ତୁ ଅଭିନେତା ଅରିନ୍ଦମ ରାୟ ବିଜେଡି ଛାଡ଼ି ବିଜେପିରେ ମିଶିବା ପରେ ସିଦ୍ଧାନ୍ତ ଓ ଅନୁଭବଙ୍କୁ ନେଇ ଚର୍ଚ୍ଚା ବଢିଛି ।
କୁହାଯାଉଛି, ଦୁଇ ନେତା ଖୁବ୍ ଶୀଘ୍ର ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇପାରନ୍ତି । ଦୋଳ ପୂର୍ଣ୍ଣିମା ଅବସରରେ ଅନୁଭବଙ୍କୁ ଭର୍ତୃହରିଙ୍କ ସହ ଦେଖିବାକୁ ମିଳିଥିଲା । ଯାହାକୁ ଏହି ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଛି । ପଦ୍ମଶ୍ରୀ ଦମୟନ୍ତୀ ବେଶ୍ରା ମଧ୍ୟ ବିଜେପିରେ ସାମିଲ ହେବେ ବୋଲି ଚର୍ଚ୍ଚା ହେଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2024/03/11111111111.jpg)