ପୋଲିସ ଡିଜିଙ୍କୁ ଚିଠି ଲେଖିଲେ ସାଂସଦ ଅନୁଭବ ମହାନ୍ତି: ସୁରକ୍ଷା ମାଗି ଲେଖିଲେ ଚିଠି; ତାଙ୍କ ଓ ତାଙ୍କ ପରିବାର ବିରୋଧରେ ଷଡଯନ୍ତ୍ର ଚାଲିଥିବା ଆଣିଲେ ଅଭିଯୋଗ

863

କନକ ବ୍ୟୁରୋ: ଅନୁଭବ ଓ ବର୍ଷା ବିବାଦ ଦିନକୁ ଦିନ ଘନେଇବାରେ ଲାଗିଛି ସୁରକ୍ଷା ମାଗି ପୁଲିସ ଡିଜିଙ୍କୁ ଚିଠି ଲେଖି ସୁରକ୍ଷା ସାଂସଦ ଅନୁଭବ ମହାନ୍ତି । ଏଥିରେ ସେ ଅଭିଯୋଗ କରିଛନ୍ତି, ତାଙ୍କ ଓ ତାଙ୍କ ପରିବାର ପ୍ରତି ଷଡଯନ୍ତ୍ର ଚାଲିଛି । ଚିଠି ସହ ପୁଲିସ ଡିଜିଙ୍କ ପାଖରେ କିଛି ଘଟଣାକୁ ଦର୍ଶାଇଛନ୍ତି ଅନୁଭବ । ଚିଠିରେ ତାଙ୍କ ବିରୁଦ୍ଧରେ ଚକ୍ରାନ୍ତ କରୁଥିବା ବ୍ୟକ୍ତିଙ୍କ ନାଁ ଦର୍ଶାଇଛନ୍ତି । କିଛି ଦିନ ତଳେ ବର୍ଷା ପ୍ରୟିଦର୍ଶିନୀ ଓ ତାଙ୍କ ଦୁଇଉଭଣୀଙ୍କ ସହିତ ଫୋନ କଥା ହେଉଥିବାର ଏକ ଅଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏଥିରେ ତାଙ୍କ ଓ ତାଙ୍କ ପରିବାର ବିରୋଧରେ ଷଡଯନ୍ତ୍ର ହେଉଥିବା ଅଭିଯୋଗ ଆଣିଛନ୍ତି ଅନୁଭବ । ତେଣୁ ଏହି ଅଡିଓର ସତ୍ୟାସତ୍ୟ ଯାଂଚ କରିବାକୁ ସେ ଦାବି କରିଛନ୍ତି ।

ଯଦି ଅଡିଓ ମିଛ ହୋଇଥାଏ ତାହାହେଲେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଦାବି କରିଛନ୍ତି । ଅଡିଓ ସତ ହେଲେ ତାଙ୍କ ଓ ପରିବାରକୁ ସୁରକ୍ଷା ଦେବାକୁ ଅନୁଭବ ଡିଜିପିଙ୍କୁ ଚିଠି ଲେଖିଛନ୍ତି । ସେପଟେ ସୋସିଆଲ ମିଡିଆରେ ଯୁକ୍ତିତର୍କ ହେଉଥିବା ଏକ ଭିଡିଓ ଭାଇରାଲ ହେବା ପରେ ଶୁକ୍ରବାରଦିନ ପୁଣି ଥାନାକୁ ଯାଇଥିଲେ ବର୍ଷା । ଭିଡିଓ ଭାଇରାଲ ଘଟଣାରେ ତାଙ୍କର ସମ୍ମାନହାନି ହୋଇଥିବା ସେ କହିଥିଲେ । ଉଦ୍ଦେଶ୍ୟମୂଳକ ଭାବେ ତାଙ୍କୁ ବଦନାମ କରିବାକୁ ଉଦ୍ୟମ ହୋଇଥିବା କହିଥିଲେ ବର୍ଷା ।