ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି ଓଲିଉଡ୍ ଷ୍ଟାର୍ କଳି: ନାଁ ନନେଇ ସୋସିଆଲ ମିଡିଆରେ ପୋଷ୍ଟ କରି ବର୍ଷିଲେ ଅଭିନେତା ଅନୁଭବ ମହାନ୍ତି

222

କନକ ବ୍ୟୁରୋ: ଓଲିଉଡ୍ ଷ୍ଟାର୍ କଳି ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି । କଳି ଥମିବା ବଦଳରେ ଦିନକୁ ଦିନ ବଢ଼ିବାରେ ଲାଗିଛି । କେହି କାହାର ନାଁ ନେଇ ସୋସିଆଲ ମିଡିଆରେ ପରସ୍ପରକୁ ଆକ୍ଷେପ ପଛାଉ ନାହାନ୍ତି ଓଲିଉଡ୍ ଷ୍ଟାର । ଅଭିନେତା ଅନୁଭବ ମହାନ୍ତି କାହାର ନାଁ ନନେଇ ସୋସିଆଲ ମିଡିଆରେ ବିବାଦୀୟ ପୋଷ୍ଟ କରିଛନ୍ତି । ଲେଖିଛନ୍ତି, ଜୟ ଜଗନ୍ନାଥ । ସତର ସାମ୍ନା କରିବାକୁ ପ୍ରସ୍ତୁତ ରୁହନ୍ତୁ ମିଷ୍ଟର ରେକର୍ଡିଂ । ଆଜି ଏହାର ଆରମ୍ଭ ହୋଇଛି । ସେପଟେ ଆଉଏକ ଟ୍ୱିଟ୍ କରି ବର୍ଷିଛନ୍ତି ଅନୁଭବ । ସେପଟେ ବିଭିନ୍ନ ସମୟରେ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରି ଅନୁଭବ, ଅରିନ୍ଦମ ରୟ ଏବଂ ପ୍ରଯୋଜକ ସଂଜୟ ମିଶ୍ରଙ୍କ ନାଁରେ ତାଙ୍କ ଫିଲ୍ମର ରିଲିଜ୍ ବନ୍ଦ କରାଇଥିବା ଅଭିଯୋଗ ଆଣି ବର୍ଷିଛନ୍ତି । ମାସେରୁ ଅଧିକ ଦିନ ଲାଗି ରହିଛି ଓଲିଉଡ୍ କଳି । ‘ମାଇଣ୍ଡଗେମ୍’ ଫିଲ୍ମକୁ ରିଲିଜ୍ କରାଇନଦେବା ଅଭିଯୋଗ ଆଣିଥିଲେ ମନୋଜ । ଆଉ ପରେ ମନୋଜ ମିଶ୍ର, ପଶ୍ଚିମ ଓଡ଼ିଶାରେ ଅରିନ୍ଦମ ରାୟଙ୍କ ଫିଲ୍ମ ‘ରାମ୍’କୁ ରିଲିଜ୍ ଉପରେ ରୋକ୍ ଲଗାଇଥିବା ଅଭିଯୋଗ ଆଣିଥିଲେ ଅରିନ୍ଦମ । ଯେଉଁଥି ପାଇଁ ମନୋଜଙ୍କ ଉପରେ ୨ ବର୍ଷର ବ୍ୟାନ୍ ଲଗାଇଥିଲେ ୟୁସିିସିସିର ସଦସ୍ୟ । ଏହାକୁ ବିରୋଧ କରିଥିଲେ ମନୋଜ । ପରବର୍ତୀ ସମୟରେ ପଶ୍ଚିମ ଓଡ଼ିଶାରେ ମାଲ୍ୟଗିରି, ପ୍ରଥା ଏବଂ ମାଇଁ ସୁଇଟ୍ ହାଉସ୍ ୱାଇଫ୍କୁ ବିରୋଧ କରି ଏହାର ପୋଷ୍ଟର ଚିରି ଦେଇଥିଲେ କୋଶଳ ମୁକ୍ତି ମୋର୍ଚ୍ଚା ସଦସ୍ୟ । ଏହି କଳି ଆଗକୁ ଆଉ କେତେ ଦିନ ଲାଗି ରହୁଛି, ତା’ ଉପରେ ସମସ୍ତଙ୍କ ନଜର ।