କନକ ବ୍ୟୁରୋ: ପଞ୍ଚାୟତ ନିର୍ବାଚନ ପାଇଁ ଜୋରଦାର ପ୍ରଚାର ଚାଲିଥିବା ବେଳେ ବିଜେଡିର ବିଗତ ଦିନର ପୋଷ୍ଟର ବୟଙ୍କ ଦେଖା ମିଳୁନି । କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ଏବେ ଜିଲ୍ଲା ରାଜନୀତିରୁ ଏକ ପ୍ରକାର ଗାଏବ ହୋଇଯାଇଛନ୍ତି । ପଞ୍ଚାୟତ ନିର୍ବାଚନ ପାଇଁ ଦଳୀୟ ପୋଷ୍ଟର କି ବ୍ୟାନରରେ ଅନୁଭବଙ୍କ ଚିହ୍ନବର୍ଣ୍ଣ ନାହିଁ ।
ଦିନେ ବିଜେଡିର କ୍ରାଉଡ ପୁଲର କୁହାଯାଉଥିବା କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ଏବେ ଜିଲ୍ଲା ରାଜନୀତିରୁ ଏକ ପ୍ରକାର ଗାଏବ ହୋଇଯାଇଛନ୍ତି । ପଞ୍ଚାୟତ ନିର୍ବାଚନ ପାଇଁ ଦଳୀୟ ପୋଷ୍ଟର କି ବ୍ୟାନରରେ ଅନୁଭବଙ୍କ ଚିହ୍ନବର୍ଣ୍ଣ ନାହିଁ । କେନ୍ଦ୍ରାପଡା, ମହାକାଳପଡା, ରାଜନଗର, ପାଟକୁରା ଓ ଆଳିରେ ଲାଗିଥିବା ପୋଷ୍ଟର ବ୍ୟାନରରେ ସ୍ଥାନୀୟ ବିଧାୟକଙ୍କ ଫଟୋ ରହିଛି କିନ୍ତୁ କେଉଁଠି ବି ନାହିଁ କେନ୍ଦ୍ରାପଡା ସାଂସଦଙ୍କ ଫଟୋ ।
ପୂର୍ବରୁ ଅଭିନେତାରୁ ନେତା ବନିଥିବା ଅନୁଭବ ମହାନ୍ତି, ଯେଉଁସ୍ଥାନକୁ ଯାଉଥିଲେ ସେଠାରେ ଫ୍ୟାନଙ୍କ ଭିଡ ଦେଖିବାକୁ ମିଳୁଥିଲା । ବିଜେଡି ପ୍ରଥମେ ତାଙ୍କୁ ରାଜ୍ୟସଭାକୁ ପଠାଇଥିଲା । ପରେ ୨୦୧୯ରେ ହେଭିୱେଟ ବୈଜୟନ୍ତ ପଣ୍ଡାକୁ ହରାଇବା ପାଇଁ ବିଜେଡି ଅନୁଭବଙ୍କୁ ପ୍ରାର୍ଥୀ କରିଥିଲା । ଅନୁଭବ ମଧ୍ୟ ବଡ ବ୍ୟବଧାନରେ ଜିତିଥିଲେ । ଇତି ମଧ୍ୟରେ ପତ୍ନୀ ବର୍ଷା ପ୍ରିୟଦର୍ଶନୀଙ୍କ ସହ ବିବାଦକୁ ନେଇ ବେଶ ବିବାଦ ଘେରକୁ ଆସିଥିଲେ ଅନୁଭବ ।
ତେବେ ପ୍ରଶ୍ନ ଉଠୁଛି...
- ଅନୁଭବ ଜାଣିଶୁଣି ଦଳୀୟ କାର୍ଯ୍ୟକ୍ରମରୁ ଅଲଗା ରହୁଛନ୍ତି କି?
- ବିବାଦକୁ ଆସିବା ପରେ ବିଜେଡି ତାଙ୍କୁ କଣଠେସା କରିଛି କି?
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2022/02/pjimage-9.jpg)