କନକ ବ୍ୟୁରୋ : କଟକ ଏସଡିଜେଏମ୍ କୋର୍ଟରେ ବର୍ଷା-ଅନୁଭବ ବିବାଦ ମାମଲା । କୋର୍ଟରେ ଓକିଲଙ୍କ ଜରିଆରେ ଆଜି ହାଜର ହୋଇଛନ୍ତି ଅନୁଭବ ମହାନ୍ତି । ତେବେ ଆସନ୍ତା ଡିସେମ୍ବର ୧୮ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ଜବାବ ଦାଖଲ ପାଇଁ ସମୟ ମାଗିଛନ୍ତି, ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ।
ପାରିବାରିକ ହିଂସା ନେଇ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ମାମଲାରେ ଆଜି କଟକ ଏସଡିଜେଏମ୍ କୋର୍ଟରେ ହାଜର ହୋଇଥିଲେ ବର୍ଷାଙ୍କ ସ୍ୱାମୀ ଅନୁଭବ ମହାନ୍ତି । ତେବେ ଜବାବ ଦାଖଲ କରିବା ପାଇଁ ଆଜି କୋର୍ଟରେ ଅଧିକ ସମୟ ମାଗିଥିଲେ ଅନୁଭବ । ଆଉ ଅନୁଭବଙ୍କ ଆବେଦନ ଉପରେ ଶୁଣାଣି କରି ଆସନ୍ତା ଡିସେମ୍ବର ୧୮ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି କରିବାକୁ ଧାର୍ଯ୍ୟ କରିଛନ୍ତି କୋର୍ଟ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/11/13-15.jpg)