କନକ ବ୍ୟୁରୋ : ପୁଣି ଥରେ ବର୍ଷାଙ୍କ ପାଇଁ ଅନୁଭବଙ୍କ ଭାବବିହ୍ୱଳ ପୋଷ୍ଟ । ସୋସିଆଲ ମିଡିଆରେ ଭିଡିଓ ସେୟାର କରିଛନ୍ତି ସାଂସଦ ଅନୁଭବ ମହାନ୍ତି । ଭିଡିଓ ଜରିଆରେ ବର୍ଷାଙ୍କୁ ଅନୁରୋଧ କରି ଅନୁଭବ କହିଛନ୍ତି ଦୟାକରି ବିବାହ ବିଚ୍ଛେଦକୁ ଗ୍ରହଣ କରିନିଅନ୍ତୁ । ମୋ ପରିବାରର କାହା ଜୀବନ ସହ ଖେଳନ୍ତୁ ନାହିଁ ବୋଲି ଭିଡିଓରେ କହିଛନ୍ତି ଅନୁଭବ ।

Advertisment

ତାଙ୍କ ବାପାଙ୍କ ଦେହ ବହୁତ ଅସୁସ୍ଥ ଅଛି, ଯାହା ପାଇଁ ରାତିରେ କେହି ଶୋଇ ପାରୁନାହାଁନ୍ତି । ପୂର୍ବରୁ ବିଚ୍ଛେଦ ପରେ ବନ୍ଧୁ ହୋଇ ରହିବା ପାଇଁ ବର୍ଷାଙ୍କ ପାଇଁ ଟ୍ୱିଟ କରିଥିଲେ ଅନୁଭବ । ଆଜି ଭିଡିଓ ଜରିଆରେ ବିବାହ ବିଚ୍ଛେଦକୁ ଗ୍ରହଣ କରିବାକୁ ଅପିଲ କରିଛନ୍ତି ।