ବର୍ଷାଙ୍କୁ ‘ଭାଗବତ’ ଉପହାର ଦେଲେ ଅନୁଭବ: କୋର୍ଟରେ ଶୁଣାଣିବେଳେ ଓକିଲଙ୍କ ଜରିଆରେ ଦେଲେ ମହାପୁରାଣ

245

କନକ ବ୍ୟୁରୋ: ପାରିବାରିକ କଳହକୁ ନେଇ ବୋଧହୁଏ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଥିବା ଏହି ସେଲିବ୍ରିଟି ଯୋଡି ଏବେ ଏକ ଗିଫ୍ଟକୁ ନେଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି । ଅନୁଭବ, ବର୍ଷାଙ୍କୁ ଏକ ଗିଫ୍ଟ ଦେଇଛନ୍ତି । ଆପଣ ଭାବୁଥିବେ ପରଷ୍ପର ସହ ଏତେ ଝଗଡା କରୁଥିବା ଏହି ଦମ୍ପତି କଣ ଗିଫ୍ଟ ଦେବେ ।

ଅନୁଭବ-ବର୍ଷାଙ୍କୁ ଏହି ଗିଫ୍ଟ ଦେଇଛନ୍ତି । ଶ୍ରୀମଦ୍ଭାଗବତ ମହାପୁରାଣ ହେଉଛି ଭଗବାନ ଶ୍ରୀକୃଷ୍ଣଙ୍କ ଜୀବନବୃତାନ୍ତ , ଯେଉଁଠି ଭଗବାନ କୃଷ୍ଣ ଜୀବନର ପ୍ରକୃତ ସତ୍ୟର ସାରକଥା କହିଛନ୍ତି । କଟକର ଫ୍ୟାମିଲି କୋର୍ଟକୁ ଆସିଥିବାବେଳେ ବର୍ଷାଙ୍କ ଉଦ୍ଦେଶ୍ୟରେ ଏହି ଭାଗବତ ପଠାଇଛନ୍ତି ଅନୁଭବ । ତାଙ୍କ ଓକିଲଙ୍କ ଜରିଆରେ ବର୍ଷାଙ୍କୁ ଏହି ଗିଫ୍ଟ ଦେଇଛନ୍ତି ଅନୁଭବ ମହାନ୍ତି ।

ଗିଫ୍ଟ ବିଷୟରେ ଅନୁଭବ ଗଣମାଧ୍ୟମକୁ କହିନଥିଲେ ମଧ୍ୟ ତାଙ୍କ ଓକିଲ ଏ ବିଷୟରେ କହିଛନ୍ତି । ଅନୁଭବ କୁଆଡେ ଏହି ଗିଫ୍ଟ ଦେଇ ପରାମର୍ଶ ଦେଇଛନ୍ତି, ବର୍ଷା ଏହାକୁ ପଢନ୍ତୁ ଓ ସେହି ଅନୁସାରେ ପଦକ୍ଷେପ ନିଅନ୍ତୁ ।

ଫ୍ୟାମିଲି କୋର୍ଟରେ ଅନୁଭୃବଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ବର୍ଷା , ଯେଉଁଥିରେ ସେ କହିଥିଲେ ଅନୁଭବ ତାଙ୍କୁ ନିର୍ଯାତନା ଦେଉଛନ୍ତି । ସେହି ମାମଲାରେ ଶୁଣାଣି ପାଇଁ କୋର୍ଟକୁ ଆସିଥିଲେ ଅନୁଭବ ଏବଂ ଏହି ଗିଫ୍ଟ ସାଥିରେ ଧରି ଆସିଥିଲେ । ଏହି ଗିଫ୍ଟ ଦେବା ପରେ ଆମେ ଯେତେବେଳେ ବର୍ଷାଙ୍କ ଓକିଲଙ୍କୁ ପଚାରିଥିଲୁ ସେ ପାଲଟା ପ୍ରଶ୍ନ କରିଥିଲେ, ନିଜେ ଅନୁଭବ ଭାଗବତ ପଢୁଛନ୍ତି ତ ।