ଆତ୍ମଜୀବନୀରେ ଆତ୍ମବିଶ୍ୱାସର କାହାଣୀ…ଆସୁଛି ଅନୁଭବ ମହାନ୍ତିଙ୍କ ବାୟୋପିକ । ଅନୁଭବ କାହାଣୀର ଜାଗୃତି ଲେଖିକା…ଫିଲ୍ମର କାହାଣୀ ଲେଖିଛନ୍ତି ଦିଲ୍ଲୀ ସାମ୍ବାଦିକା
କନକ ବ୍ୟୁରୋ: ଅଭିନେତା ଅନୁଭବଙ୍କ ଏକ ବାୟୋପିକ ରିଲିଜକୁ ନେଇ ଚର୍ଚ୍ଚା ଚାଲିଛି । ଯାହାର ଟ୍ରେଲର ସାମ୍ନାକୁ ଆସିଛି । ଏହାର ସ୍କ୍ରିପ୍ଟ ଲେଖିଛନ୍ତି ଲୋକସଭା ଟିଭିର ରିପୋର୍ଟର ଓ ଆଙ୍କର ଜାଗୃତି ଶୁକ୍ଲା ।
Kanak News is now on WhatsApp
Join and get latest news updates delivered to you via WhatsApp
ଆତ୍ମଜୀବନୀରେ ଆତ୍ମବିଶ୍ୱାସର କାହାଣୀ
ଆସୁଛି ଅନୁଭବ ମହାନ୍ତିଙ୍କ ବାୟୋପିକ୍
ଜୀବନ ସହ ସଂଘର୍ଷ ଏବଂ ପ୍ରତିକୂଳ ପରିସ୍ଥିତି ଲଢ଼ିବାର ଆତ୍ମବିଶ୍ୱାସ । ବିଶେଷ କରି ଏହି କଥାବସ୍ତୁ ଉପରେ ନିର୍ମାଣ ହୋଇଛି ଓଲିଉଡ୍ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ଆତ୍ମଜୀବନୀ । ଭୟ ହେଉଛି ବୋଝ, ଭୟଶୂନ୍ୟ ହେବା ସବୁଠାରୁ ବଡ଼ ଅସ୍ତ୍ର । ଅନୁଭବଙ୍କ ଏହି ଉକ୍ତି ଆଧାରରେ ପ୍ରସ୍ତୁତି ହୋଇଛି ବାୟୋପିକ୍ ଫିଲ୍ମ ।
ଅନୁଭବ କାହାଣୀର ଜାଗୃତି ଲେଖିକା
ଅନୁଭବଙ୍କ ଆତ୍ମଜୀବନୀକୁ ନେଇ ନିର୍ମାଣ ହୋଇଥିବା ଏହି ଫିଲ୍ମର କାହାଣୀ ଲେଖିଛନ୍ତି ଜଣେ ସାମ୍ବାଦିକା । ସାମ୍ବାଦିକାଙ୍କ ନାଁ ହେଉଛି ଜାଗୃତି ଶୁକ୍ଳା । ଚଳିତବର୍ଷ ଏପ୍ରିଲମାସରେ ଜାଗୃତିଙ୍କୁ ଅନୁଭବ ମହାନ୍ତିଙ୍କ ସହ ଦେଖିବାକୁ ମିିଳିଥିଲା । ସେତେବେଳେ ଜାଗୃତି ଟ୍ୱିଟ୍ କରି ଲେଖିଥିଲେ- ଅନୁଭବ ମହାନ୍ତି ଜଣେ ପ୍ରତିଭାବାନ କଳାକାର । ଓଡ଼ିଆ ସିନେମାର ସୁପରଷ୍ଟାର । ଲୋକଙ୍କ ପସନ୍ଦର ସାଂସଦ । ଆଉ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି-ସେ ବିନମ୍ର ବ୍ୟକ୍ତି । ମୋର କବିତା ସଂକଳନ ପୁସ୍ତକ ତାଙ୍କୁ ଉପହାର ଦେଇ ମୁଁ ବେଶ ଖୁସି ।
ଏହି ସାମ୍ବାଦିକା ହିଁ ଲେଖିଛନ୍ତି ଅନୁଭବ ମହାନ୍ତିଙ୍କ ଆତ୍ମଜୀବନୀର କାହାଣୀ । ଜାଗୃତି ଶୁକ୍ଲା ଲୋକସଭା ଟିଭିରେ କନ୍ସଲଟାଂଟ୍ ଭାବେ କାମ କରନ୍ତି । ସେ ମଂଚ ଅଭିନୟ, ଫଟୋଗ୍ରାଫି ଏବଂ ଭ୍ରମଣ କରିବାକୁ ବେଶ ରୁଚି ରଖନ୍ତି । ଜାଗୃତିଙ୍କ ହିନ୍ଦି ସାହିତ୍ୟ ଉପରେ ବେଶ ଦଖଲ ଥିବାରୁ ସେ ଅନୁଭବଙ୍କ ଆତ୍ମଜୀବନୀର କାହାଣୀ ଲେଖିଥିବା କୁହାଯାଉଛି । ତେବେ ଏହି ଫିଲ୍ମର କନ୍ସେପ୍ଟ ଓ ଭଏସ୍ ଦାୟିତ୍ୱ ଅନୁଭବ ତୁଳାଇଥିବା ବେଳେ ଇଫେକ୍ଟ, ମିକ୍ସିଂ ଏବଂ ଗ୍ରାଫିକ୍ସ ଦାୟତ୍ୱ ତୁଲାଇଛନ୍ତି ଲୁବୁନ୍-ଟୁବୁନ୍ ।