ଅନୁଭବ ଆହତ

62

ଫିଲ୍ମର ସୁଟିଂ ସେଟରେ ଆହତ ହୋଇଛନ୍ତି ଓଲିଉଡ୍ ଷ୍ଟାର ତଥା ସାସଂଦ ଅନୁଭବ ମହାନ୍ତି । ଓଡିଆ ଫିଲ୍ମ ଅଗସ୍ତ୍ୟର ସୁଟିଂ ବେଳେ ସେ ଆହତ ହୋଇଛନ୍ତି ।  ତାଙ୍କ ଡାହାଣ ଗୋଡରେ ଫ୍ୟାକଚର ହୋଇଥିବା ଜଣାପଡିଛି । ଫିଲ୍ମର କ୍ଲାଇମ୍ୟାକ୍ସ ସିନ୍ ସୁଂଟି ବେଳେ ଏହି ଅଘଟଣ ଘଟିଛି । ମୁମ୍ବାଇରୁ ଆସିଥିବା ଫାଇଟ୍ ମାଷ୍ଟରଙ୍କ ତତ୍ୱାବଧାନରେ ଚଟାଣରେ ନିଆଁ ଲଗାଇ ଫାଇଟିଂ ସିନ୍ର ସୁଟିଂ ଚାଲିଥିଲା । ୧୫ ଫୁଟ୍ ଉଚ୍ଚତାରେ ଥିଲେ ଅନୁଭବ ।  ମାତ୍ର ଅଚାନକ୍ ନିଆଁର ଧାସ ଜୋର ହେବାରୁ ସେଥିରୁ ବର୍ତିବାକୁ ଚେଷ୍ଟା କରି ସେ ତଳକୁ ଡେଇଁପଡିଥିଲେ । ଫଳରେ ତଳେ ଥିବା ଲୁହା ରଡରେ ଅନୁଭବଂକ ଗୋଡ ମୋଡି ହୋଇଯାଇଥିଲା । ଚିକିତ୍ସା ପାଇଁ ତାଙ୍କୁ ଜଗତପୁରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତି କରାଯାଇଥିଲା ।