ପ୍ରଚାରରେ ହଟହଟା ହେଲେ ବିଜେଡି ଷ୍ଟାର ଅନୁଭବ ! ଦଳୀୟ ପତାକା ଧରି ଅନୁଭବଙ୍କୁ ଘେରିଲେ ଗେରୁଆ ବାହିନୀ

Advertisment
ପ୍ରଚାରରେ ହଟହଟା ହେଲେ ବିଜେଡି ଷ୍ଟାର ଅନୁଭବ ! ଦଳୀୟ ପତାକା ଧରି ଅନୁଭବଙ୍କୁ ଘେରିଲେ ଗେରୁଆ ବାହିନୀ

କନକ ବ୍ୟୁରୋ : ଗୋଟିଏ ପଟେ ଆଜି ବିଜେଡି ସୁପ୍ରିମୋଙ୍କ ଉପରକୁ ଚପଲ ଫିଙ୍ଗିବାକୁ ଉଦ୍ୟମ କରାଯାଇଥିବା ବେଳେ ଅନ୍ୟପଟେ ବିଜେଡିର ଷ୍ଟାର କ୍ୟାମ୍ପେନର ତଥା ସାଂସଦ ଅନୁଭବ ମହାନ୍ତିଙ୍କୁ ଘେରିଛନ୍ତି ବିଜେପି କର୍ମୀ । ଆଜି ଉପନିର୍ବାଚନ ପାଇଁ ଗାଇସିଲଟରେ ପ୍ରଚାର କରୁଥିବାବେଳେ ହଠାତ୍ ଅନୁଭବଙ୍କ ରାଲି ଭିତରକୁ ଧସେଇ ପଶିଥିଲେ ବିଜେପି କର୍ମୀ । ବିଜେପି ପତାକା ଧରି ସେମାନେ ଅନୁଭବଙ୍କ ଆଗରେ ନାରାବାଜି କରିଥିଲେ ।

ବିଜେପି କର୍ମୀ ଧସେଇ ଫଶିବା ଫଳରେ କିଛି ସମୟ ପାଇଁ ଅନୁଭବଙ୍କ ଗାଡି ଫସିରହିଥିଲା । ଏହାରି ଭିତରେ ଜୋର୍ ଧରୁଥିଲା ନାରାବାଜି । ଚାରିଆଡେ ବିଜେପି କର୍ମୀ ଆଉ ତା’ଭିତରେ ବିଜେଡି ସାଂସଦ ଅନୁଭବ ମହାନ୍ତି । ଏପରିକି ଅନୁଭବଙ୍କ ଗାଡିକୁ ଅଟକାଇ ବିଜେପି ଜିନ୍ଦାବାଦର ନାରା ପକାଇଥିଲେ କର୍ମୀ । ବେଶ୍ କିଛି ସମୟ ହଟହଟା ହେବା ପରେ ଅନୁଭବଙ୍କ ଗାଡି ସେଠାରୁ ବାହାରିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe